୪.୫ଲକ୍ଷ ଟଙ୍କାର ସାଇବର ଠକେଇର ଶିକାର ହେଲେ ବୃଦ୍ଧ

0

ଭୁବନେଶ୍ୱର, ୧୬/୧୦ : ମୟୂରଭଞ୍ଜ ଜିଲ୍ଲାରେ ସାଇବର ସୁରକ୍ଷା ନେଇ ସଚେତନତା ଅଭିଯାନ ଜାରି ରହିଛି ।ଅନ୍ୟପଟେ ଜଣେ ବୃଦ୍ଧ ଲକ୍ଷାଧିକ ଟଙ୍କାର ସାଇବର ଠକେଇର ଶିକାର ହୋଇଛନ୍ତି । ବାରିପଦା ସଦର ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମ ଦଶରଥ ପାଣ୍ଡେ ସାଇବର ଠକାମୀର ଶୀକାର ହୋଇଛନ୍ତି । ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ଚଳିତ ମାସରେ ହାଟାତ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଥିଲା । ଏକ ଅଜଣା ବ୍ୟକ୍ତି ପାଣ୍ଡେଙ୍କୁ ଫୋନ କରି ଜମିରେ ଏକ ମୋବାଇଲ ଫୋନ ଟାୱାର ବସାଇବା ନିମନ୍ତେ ପ୍ରସ୍ତାବ ଦେଇଥିଲେ, ସହ ଏଥି ପାଇଁ ତାଙ୍କୁ ଲକ୍ଷାଧିକ ଟଙ୍କାର ଭଡ଼ା ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ। ଜମି ମାଲିକଙ୍କୁ ଅଗ୍ରୀମ ଭାବେ ଅର୍ଥ ରାଶି ପ୍ରଦାନ କରିବା ଆଳରେ ପାଣ୍ଡେଙ୍କ ଠାରୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଜମି ପଟ୍ଟା ନମ୍ବର ନେଇଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ମୋଟ ୪ ଲକ୍ଷ ୫୫ ହଜାର ୪୦ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.