ଡକାୟତି ଯୋଜନା ପଣ୍ଡ : ୪ ଗିରଫ, ବିଭିନ୍ନ ମାରଣାସ୍ତ୍ର ଜବତ

ଜଟଣୀ, ୨୯/୧୦ : ଜଟଣୀ ପୋଲିସ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି। ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ଡକାୟତକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ କଟୁରୀ, ଛୁରୀ, ଲୁହା ରଡ୍ ଓ ବିଭିନ୍ନ ମାରଣାସ୍ତ୍ର ସହ ୨ଟି ବାଇକକୁ ଜବତ କରିବାରେ ସଫଳ ହୋଇଛି।

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଏମାନେ ଜଟଣୀ ଥାନା ଅନ୍ତର୍ଗତ ବାଛରା ପତ୍ରପଡା ଅଞ୍ଚଳରେ ଡକାୟତି କରିବାକୁ ଯୋଜନା ଚଳାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ଜଟଣୀ ପୋଲିସ ଏମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଗିରଫ ଡକାୟତମାନେ ହେଲେ ପଦନପୁରର ରଘୁନାଥ ଦାସ, ଖୁଦୁପୁରର ଜିତେନ୍ଦ୍ର ରାଉତରାୟ ଓ ଚିନ୍ମୟ ସାମନ୍ତରାୟ ଏବଂ ବଡ଼ତୋଟାର ଶମ୍ଭୁନାଥ ନାୟକ।ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।