ଭୁବନେଶ୍ବର : ରାଜ୍ୟ ସରକାର ଆଜି ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪% ବୃଦ୍ଧି କରିଛନ୍ତି। ଏସଂକ୍ରାନ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହାଦ୍ବାରା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪%ରୁ ୩୮%କୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ୧.୭.୨୦୨୨ରୁ ପିଛିଲା ଭାବରେ ଲାଗୁ କରାଯାଇଛି।
ସେହିପରି ସଂଶୋଧିତ ହାରରେ ପେନ୍ସନ ପାଉଥିବା ପେନ୍ସନଭୋଗୀଙ୍କ ଟି.ଆଇ ରେ ମଧ୍ୟ ୪% ବୃଦ୍ଧି କରାଯାଇଛି ବୋଲି ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାଦ୍ବାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଓ ସାଢ଼େ ତିନି ଲକ୍ଷ ପେନସନ୍ଭୋଗୀ ଉପକୃତ ହେବେ।