ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନୂଆ ଟିମ୍‌ରେ ସ୍ଥାନ ପାଇଲେ ୪ ଓଡ଼ିଆ

ଭୁବନେଶ୍ୱର,୨୬ /୯ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନୂଆ ଟିମ୍‌ ଆଜି ଘୋଷଣା କରାଯାଇଛି। ଏଥିରେ ୪ ଜଣ ଓଡ଼ିଆଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିଜର ପଦ ବଜାୟ ରଖିଥିବା ବେଳେ ଡା. ସମ୍ବିତ ପାତ୍ର ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ରାଷ୍ଟ୍ରୀୟ ମୁଖପାତ୍ର ତାଲିକାରେ ସାମିଲ କରାଯାଇଛି। ସେହିପରି ମୟୂରଭଂଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ରାଷ୍ଟ୍ରୀୟ ସଂପାଦକ ପଦ ମିଳିଛି।

ବିଜେପିର ୨୩ ଜଣିଆ ରାଷ୍ଟ୍ରୀୟ ମୁଖପାତ୍ର ତାଲିକାରେ ଓଡ଼ିଶାର ଦୁଇ ନେତା ସ୍ଥାନ ପାଇଥିବା ବେଳେ ମୟୂରଭଂଜ ସାଂସଦ ବିଶେଷ୍ଵର ଡୁଡୁଙ୍କୁ ୧୩ ଜଣିଆ ରାଷ୍ଟ୍ରୀୟ ସଂପାଦକ ତାଲିକାରେ ସ୍ଥାନ ମିଳିଛି।