୪ରୁ ୧୪ ଭିତରକନିକା ବନ୍ଦ

ପଟ୍ଟାମୁଣ୍ଡାଇ : ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳ ଗୁଡିକରେ କୁମ୍ଭୀର ଗଣନା ପାଇଁ ଆସନ୍ତା ୪ ତାରିକରୁ ୧୪ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଭିତରକନିକା ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ଏ ନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଭିତରକନିକା ଜାତୀୟ ଉଦ୍ୟାନ ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡ଼ିଶାଳ । କୁମ୍ଭୀରମାନଙ୍କୁ ପାଖରୁ ଦେଖିବା ସହ ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଦେଶ ବିଦେଶରୁ ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଥା, । ଦିନ ଓ ରାତି ଏହି କୁମ୍ଭୀର ଗଣନା କରାଯିବ ବୋଲି ସେ ମଧ୍ୟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୨୨ ଜାନୁଆରୀ ସୁଦ୍ଧା ଭିତରକନିକାରେ ୧୭୮୪ଟି ବଉଳା କୁମ୍ଭୀର ଥିବାର ଜଣାପଡ଼ିଥିଲା । ତେବେ ଚଳିତବର୍ଷ କୁମ୍ଭୀରଙ୍କ ସଂଖ୍ୟା ବଢ଼ିଛି କି ହ୍ରାସ ପାଇଛି ତାହା ଗଣତି ପରେ ସ୍ପଷ୍ଟ ହେବ ବୋଲି ଶ୍ରୀ ଯାଦବ କହିଛନ୍ତି ।