ଭୁବନେଶ୍ୱର,୨୭/୩: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ଆଜି ରାଜ୍ୟର ୭ରୁ ଅଧିକ ସ୍ଥାନରେ ୪୦ ଡିଗ୍ରୀରୁ ଅଧିକ ରହିଛି ତାପମାତ୍ରା । ୪୦.୮ ଡିଗ୍ରୀ ତାପମାତ୍ରା ସହିତ ସମ୍ୱଲପୁର ସବୁଠାରୁ ଉତ୍ତପ୍ତ ସହର । ଝାରସୁଗୁଡ଼ାରେ ତାପମାତ୍ରା ୪୦.୪ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀରରେ ତାପମାତ୍ରା ମଧ୍ୟ ୪୦.୪ ଡିଗ୍ରୀ ରହିଛି । ବୌଦ୍ଧରେ ତାପମାତ୍ରା ୪୦.୫ ଡିଗ୍ରୀ ରହିଛି । ସେହିପରି ବାରିପଦାରେ ୪୦, ଟିଟିଲାଗଡ଼ରେ ୩୯.୮, ହିରାକୁଦରେ ୪୦.୪ ଡିଗ୍ରୀ, ଭବାନୀପାଟଣାରେ ୩୯.୫, ସୋନପୁରରେ ୩୯.୭ ଏବଂ ଅନୁଗୋଳରେ ୩୯.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।