ଭୁବନେଶ୍ୱର : ଓଡ଼ିଶାରେ ଆଜି ଗୋଟିଏ ଦିନରେ ୪୧ ହଜାର ୮୪୦ କରୋନା ନମୁନା ପରୀକ୍ଷା ହୋଇଛି। ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁନଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ୩୫ ହଜାର ୫୫୦ ଆଣ୍ଟିଜେନ୍ ଟେଷ୍ଟ ହୋଇଥିବାବେଳେ ୬ ହଜାର ୧୮୫ ଆରଟିପିସିଆର ଟେଷ୍ଟ ଓ ୧୦୫ଟି ଟ୍ରୁନଟ ଟେଷ୍ଟ ହୋଇଛି। ଏନେଇ ରାଜ୍ୟ ସ୍ଵସ୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଗତ ୨୪ଘଣ୍ଟାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୬୯୯୬ଟି କରୋନା ନମୁନା ପରୀକ୍ଷା କରାଯାଇଛି।