ଜାମ୍ମୁ କାଶ୍ମୀରରେ ଭୂକମ୍ପର ଝଟକା; ୫.୧ ତୀବ୍ରତାରେ ଦୋହଲିଲା ପୃଥିବୀ

ଜାମ୍ମୁ କାଶ୍ମୀର, ୧୧/୧ : ଜାମ୍ମୁ କାଶ୍ମୀରରେ ତୀବ୍ର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆଜି ଆଜି ସନ୍ଧ୍ୟା ୭ଟା ୩୨ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନାହିଁ । ଭୂକମ୍ପର କମ୍ପନ ଏତେ ଭୟଙ୍କର ଥିଲା ଯେ ଲୋକମାନେ ଭୟରେ ଘରୁ ବାହାରକୁ ଆସିଥିଲେ।


ସୂଚନାଯୋଗ୍ୟ ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇସାରିଛି । କିନ୍ତୁ ଏହା ରିକ୍ଟର ସ୍କେଲରେ ତୀବ୍ରତା କମ ରହୁଥିବାର କ୍ଷୟକ୍ଷତି ହୋଇନାହିଁ ।