ଭୁବନେଶ୍ୱର, ୨୦/୦୧ : ପୋଲିସ ହାତରେ ଧରା ପଡ଼ିଲେ ଅନଲାଇନ୍ ବ୍ଲାକ ମେଲର ଗ୍ୟାଙ୍ଗ । ଯାଜପୁର ଅଂଚଳରୁ ପାଞ୍ଚ ଜଣଙ୍କୁ ଗିରଫ କରିବା ସହ ୧୪ ଲକ୍ଷ ଟଙ୍କା ଜବତ କରାଯାଇଛି । ସୋସିଆଲ ମିଡିଆରେ ପ୍ରେମ ଜାଲରେ ଫସାଇବା ଓ ପରେ ନ୍ୟୁଡ କଲ୍ କରି ବ୍ଲାକ ମେଲ କରୁଥିଲେ ଏମାନେ । ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ସହ ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ଜବତ୍ କରିଛି ।