ଭୁବନେଶ୍ୱର, ୨୭/୦୩ : ରାମଜନ୍ମ ନୀତି ପାଇଁ ମଧ୍ୟାହ୍ନ ଧୂପ ଭୋଗ ଉଠିବା ପରେ ଶ୍ରୀରାମ ଜନ୍ମ ନୀତି ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ୍ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ପବିତ୍ର ଶ୍ରୀରାମନବମୀ । ଆଜିର ଦିନ କ୍ୟାଲେଣ୍ଡରର ଏକ ତାରିଖ ମାତ୍ର ନୁହେଁ କୋଟି କୋଟି ଶ୍ରଦ୍ଧାଳୁଙ୍କ ପାଇଁ ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ରଙ୍କ ଜନ୍ମଦିନ । ପୁରାଣ, ଶାସ୍ତ୍ର ଅନୁସାରେ ଶ୍ରୀରାମନବମୀ କେବଳ ବ୍ରତ, ପୂଜାପାଠ ଓ ଉପାସନାର ଦିନ ନୁହେଁ । ବରଂ ନିଜ ଜୀବନରେ ଥିବା ଅନ୍ଧକାରକୁ ଦୁରେଇ ରାମଙ୍କ ଆଦର୍ଶକୁ ଜୀବନଚର୍ଯ୍ୟାରେ ସାମିଲ କରିବାଦିନ । ଭକ୍ତ ଓ ଭଗବାନଙ୍କ ସାନ୍ନିଧ୍ୟରେ ସମୟ କାଟିବାର ଅବସର ଆଣିଦିଏ ଶ୍ରୀରାମ ନବମୀ । ଚୈତ୍ର ଶୁଳ୍କପକ୍ଷ ନବମୀ ତିଥିରେ ସାରା ରାଜ୍ୟରେ ଶ୍ରୀରାମ ବନମୀ ପାଳିତ ହେଉଛି। ଚଳିତବର୍ଷ ନବମୀ ଏପ୍ରିଲ ୨୬ରେ ପଡୁଥିବାରୁ, ସେହିଦିନ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମ ନବମୀ ଉତ୍ସବ ପାଳିତ ହୋଇଛି। କିନ୍ତୁ ଶ୍ରୀମନ୍ଦିର ଅନୁମୋଦିତ ପଞ୍ଜିକା ଅନୁଯାୟୀ ୨୭ ତାରିଖରେ ନବମୀ ତିଥି ଥିବାରୁ ସମଗ୍ର ଉତ୍କଳରେ ଶ୍ରୀରାମ ନବମୀ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ରାମ ମନ୍ଦିରରେ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଳନ ।