ନୂଆଦିଲ୍ଲୀ, ୧୭/୦୮ : ବେଙ୍ଗାଳୁରୁରେ ଏକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ ମୃତ । ନାଗାରଥପେଟିରେ ଏକ ତିନି ମହଲା କୋଠାରେ ଘଟିଛି ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ମଦନ କୁମାର, ନିତେଶ, ସଂଗୀତା, ବିହାନା ଓ ସୁରେଶ କୁମାର ବୋଲି ଜଣାପଡ଼ିଛି । ଭୋର ପ୍ରାୟ ୩ଟା ସମୟରେ କୌଣସି କାରଣରୁ ଏହି କୋଠାରେ ନିଆଁ ଲାଗିଯାଇଥିଲା । ବାହାରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ନିଆଁ ଲିଭାଉଥିବା ସମୟରେ କେତେକ ଅଗ୍ନିଶମ ବାହିନୀ ମଧ୍ୟ ଆହତ ହୋଇଛନ୍ତି । ପୋଲିସ ଓ ଅଗ୍ନିଶମ ବାହିନୀ ସହାୟତାରେ ବିଲ୍ଡିଂରୁ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ବିଲ୍ଡିଂରେ ଏକ ପ୍ଲାଷ୍ଟିକ ମ୍ୟାଟ୍ ପ୍ରସ୍ତୁତ ୟୁନିଟ ଥିବା ବେଳେ କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ଼ିନାହିଁ । ସେପଟେ କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ବର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଓ ୫ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ।
