ଆଜିଠୁ ଐତିହାସିକ କଟକ ବାଲିଯାତ୍ରା, ୫୦ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର, ୦୫/୧୧ : ଆଜି ଠୁ ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ । ଏହାକୁ ସୁଚାର ରୂପେ ଶେଷ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ ଓ ବରିଷ୍ଠ ପୋଲିସ ଅଫିସର। ପୋଲିସ ଅଧିକାରୀଙ୍କୁ ଦାୟିତ୍ବ ବଣ୍ଟନ କରିଛନ୍ତି ପୋଲିସ କମିଶନର। କିଏ କେଉଁ ଦାୟିତ୍ବରେ ରହିବେ, ତାହାର ବଣ୍ଟନ କରାଯାଇଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଏ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଲିଯାତ୍ରାରେ ପ୍ରତି ଦିନ ଲକ୍ଷାଧିକ ଲୋକଙ୍କ ଭିଡ଼ ହେବ। ଏହାକୁ ଦୃଷ୍ଟିରେ ରଖି ପୋଲିସର ୨୦ଟି କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ। ଏହାବ୍ୟତୀତ ସିସିଟିଭି ସର୍ଭିଲାନ୍ସ , ଡ୍ରୋନ ସର୍ଭିଲାନ୍ସ , ଟ୍ରଫିକ ବ୍ୟବସ୍ଥା ଓ ପାର୍କିଂ ବ୍ୟବସ୍ଥା ସୁଚାର ରୂପେ କରିବା ପାଇଁ ସମସ୍ତ ଦାଇତ୍ୱ ବଣ୍ଟନ କରାଯାଇଛି । ଆଜି କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ ରେ ଅନୁଷ୍ଠିତ ପୋଲିସ ବ୍ରିଫି କାର୍ଯ୍ୟକ୍ରମରର ସମସ୍ତ ପୋଲିସ ଅଧିକାରୀ ଙ୍କୁ ନିଜର ଦାଇତ୍ୱ ସୁଚାର ରୂପେ ତୁଲାଇବା ପାଇଁ ନିର୍ଦେଶ ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ ।