ରାଜ୍ୟରେ ଦିନକରେ ୫୦ ହଜାର ୬୬୩ କରୋନା ଟେଷ୍ଟ; ୨୦ ଲକ୍ଷ ଟପିଲା ନମୁନା ପରୀକ୍ଷା

ଭୁବନେଶ୍ୱର : ଓଡ଼ିଶାରେ ଆଜି ଗୋଟିଏ ଦିନରେ ୫୦ ହଜାର ୬୬୩ କରୋନା ନମୁନା ପରୀକ୍ଷା ହୋଇଛି। ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁନଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ୪୩ ହଜାର ୬୪୦ ଆଣ୍ଟିଜେନ୍ ଟେଷ୍ଟ ହୋଇଥିବାବେଳେ ୬ ହଜାର ୮୯୮ ଆରଟିପିସିଆର ଟେଷ୍ଟ ଓ ୧୨୫ଟି ଟ୍ରୁନଟ ଟେଷ୍ଟ ହୋଇଛି। ଏପର୍ଯ୍ୟନ୍ତ ସାରା ରାଜ୍ୟରେ ୨୦ ଲକ୍ଷ ୪୮ ହଜାର ୮ଟି ନମୁନା ପରୀକ୍ଷା ହୋଇଛି। ଏନେଇ ରାଜ୍ୟ ସ୍ଵସ୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।