ଭୁବନେଶ୍ୱର : ଓଡ଼ିଶାରେ ଆଜି ଗୋଟିଏ ଦିନରେ ୫୮ ହଜାର ୩୩୮ କରୋନା ନମୁନା ପରୀକ୍ଷା ହୋଇଛି। ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁନଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ୫୦ ହଜାର ୪୪୯ ଆଣ୍ଟିଜେନ୍ ଟେଷ୍ଟ ହୋଇଥିବାବେଳେ ୭ ହଜାର ୮୧୩ ଆରଟିପିସିଆର ଟେଷ୍ଟ ଓ ୭୬ଟି ଟ୍ରୁନଟ ଟେଷ୍ଟ ହୋଇଛି। ଏନେଇ ରାଜ୍ୟ ସ୍ଵସ୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପୂର୍ବ ଦିନ ରାଜ୍ୟରେ ସର୍ବାଧିକ ସଂଖ୍ୟକ ୬୦୯୦୯ଟି କୋଭିଡ୍ ନମୁନା ପରୀକ୍ଷା ହୋଇଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ୧୩ଲକ୍ଷ ଟପିଯାଇଛି।