ଭୁବନେଶ୍ବର,୧୧/୧ : ରାଜ୍ୟର ତିନିଟି ସହରରେ ୫ଜି ସେବା ପହଞ୍ଚିଛି। ଭୁବନେଶ୍ବର ଓ କଟକ ପରେ ଏବେ ରାଉରକେଲାରେ ୫ଜି ସେବା ଆରମ୍ଭ ହୋଇଛି। ହକି ବିଶ୍ବକପ୍କୁ ଦୃଷ୍ଟିରେ ରଖି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ମଧ୍ୟ କଂପାନିର ୫ଜି ସେବା ମିଳିବ। ଗତ ୫ରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶାରେ ୫ଜି ସେବା ଆରମ୍ଭ କରିଥିଲେ।
