ବରଗଡ଼,୩/୨: ବରଗଡ଼ ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ବରଗଡ଼ ଗସ୍ତରେ ଯାଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଗସ୍ତ ସମୟରେ ପାଇକମାଲର ନୃସିଂହନାଥ ମନ୍ଦିର ପରିଦର୍ଶନ କରିଛନ୍ତି ।
ଏହି ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବଙ୍କ ସହ ୫-ଟି ସଚିବ, ଜଳ ସମ୍ପଦ ସଚିବ ଅନୁ ଗର୍ଗ, ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା,ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ବରଗଡରୁ ପଦ୍ମପୁର ଯାଇ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।