ଆଦିଲ୍ଲୀ, ୦୭/୦୧ : ଆଜି ସକାଳେ ଫିଲିପାଇନ୍ସରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ହେଉଛି ୬.୭ । ତେବେ ଏହାକୁ ନେଇ କୌଣସି ସୁନାମି ସତର୍କତା ଜାରି କରାଯାଇନାହିଁ । ଭୟରେ ଲୋକେ ଘରୁ ବାହାରି ପଡିଥିଲେ । ଏହାସହ କିଛି ଘର ଏବଂ କୋଠା କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତେବେ କେହି ମୃତାହତ ହୋଇଛନ୍ତି ନା ନାହିଁ ସେନେଇ କୌଣସି ସୂଚନା ମିଳିପାରି ନାହିଁ ।