ରାଜ୍ୟରେ ବଜ୍ରପାତ ନେଲା ୬ ଜୀବନ

ଭୁବନେଶ୍ୱର, ୧/୯ : ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ଲାଗି ରହିଥିବା ବେଳେ ବଜ୍ରପାତରେ ୬ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ବାଲେଶ୍ୱର ଜିଲା ଜଳେଶ୍ୱର ଏବଂ ବସ୍ତାରୁ ଜଣେ ଲେଖାଏଁ ବଜ୍ରପାତରେ ମୃତ୍ୟୁବରଣ କରିଥିବା ବେଳେ କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳରୁ ୪ ଜଣ ପ୍ରାଣ ହରାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ଥିବା ବେଳେ ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା।