• Likes
  • Followers
  • Saturday, February 21, 2026
  • Odia Unicode Converter

Odisha Khabar Odisha Khabar - Odisha Latest Breaking News

  • Home
  • ରାଜ୍ୟ
  • ଦେଶ ବିଦେଶ
  • ରାଜନୀତି
  • ଅପରାଧ
  • ଦୁର୍ଘଟଣା
  • ଖେଳ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ରାଶିଫଳ
  • ରୋଷେଇ
  • ଧର୍ମ
Odisha Khabar
  • Home
  • ଅପରାଧ
  • କ୍ଲୋନ୍ ଚେକ୍ ଜରିଆରେ ରାମମନ୍ଦିର ଟ୍ରଷ୍ଟ ଖାତାରୁ ଛଅ ଲକ୍ଷ ଟଙ୍କା ହଡପ

କ୍ଲୋନ୍ ଚେକ୍ ଜରିଆରେ ରାମମନ୍ଦିର ଟ୍ରଷ୍ଟ ଖାତାରୁ ଛଅ ଲକ୍ଷ ଟଙ୍କା ହଡପ

ଅପରାଧଦେଶ ବିଦେଶଧର୍ମ
By Odisha Khabar On Sep 10, 2020
Share

ଅଯୋଧ୍ୟା, ୧୦/୯ : ରାମ ମନ୍ଦିର ନିର୍ମାଣ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ଦ୍ୱାରା ମୁକ୍ତ ହସ୍ତରେ ଦାନ କରାଯାଉଥିବାବେଳେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଖାତାରୁ ଜାଲିଆତି କରି ଛଅ ଲକ୍ଷ ଟଙ୍କା ହଡପ ହୋଇଥିବା ମାମଲା ସାମ୍ନାକୁ ଆସିଛି | ଦୁଇଟି ବ୍ୟାଙ୍କରୁ ଚେକ୍ କ୍ଲୋନିଙ୍ଗ୍ ଜରିଆରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଖାତାରେ ଜାଲିଆତି ହୋଇଛି | ତୃତୀୟଥର ଖାତାରୁ ଟଙ୍କା ଉଠାଇବାକୁ ଚେଷ୍ଟା କରିବା ସମୟରେ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ ପାଖକୁ ଫୋନ ଦ୍ୱାରା ସୂଚନା ଦିଆଯାଇଥିଲା | ଟ୍ରଷ୍ଟ ଖାତାରୁ ଟଙ୍କା ଉଠାଇବା ମାମଲାକୁ ନେଇ ହଇଚଇ ସୃଷ୍ଟି ହୋଇଛି | ଅଯୋଧ୍ୟା ଥାନାରେ ଜାଲିଆତି ବିରୋଧ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ ହୋଇଛି |

ଟ୍ରଷ୍ଟ ମହାସଚିବ ଚମ୍ପତ ରାୟ ଯେତେବେଳେ ଖାତା ଚେକ କରିଥିଲେ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ବାହାର କରାଯାଇଥିବା ଜାଣିବାକୁ ପାଇଲେ | ଏହାପରେ ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପଦାଧିକାରୀ ଏ ମାମଲାରେ ଅଯୋଧ୍ୟା ପୋଲିସକୁ ସୂଚନା ଦେଇ ମାମଲା ରୁଜ୍ଜୁ କରିଛନ୍ତି | ଟ୍ରଷ୍ଟ ତରଫରୁ ମିଳିଥିବା ସୂଚନା ଆଧାରରେ ମାମଲା ରୁଜ୍ଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି |

ଡିଏସ୍‌ପି କହନ୍ତି, ବ୍ୟାଙ୍କ୍‌ର ଅବହେଳା ବୋଲି ଠକାମିରୁ ସ୍ପଷ୍ଟ ଜଣାପଡୁଛି। ଚେକ୍‌ର କ୍ରମିକ ସଂଖ୍ୟା ପ୍ରତି ଦୃଷ୍ଟି ଦିଆ ନ ଯାଇଥିବାରୁ ଠକମାନେ ନକଲି ଚେକ୍ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। ଜାଲ୍‌ ଚେକ୍‌ରେ ରାୟ ଓ ଟ୍ରଷ୍ଟ୍‌ର ଅନ୍ୟ ଜଣେ ସଦସ୍ୟ ଙ୍କର ଜାଲ୍ ଦସ୍ତଖତ କରାଯାଇଛି। ଉଠାଯାଇଥିବା ଟଙ୍କା ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ରେ ଥିବା ଏକ ଆକାଉଣ୍ଟ୍‌କୁ ଟ୍ରାନ୍ସଫର୍‌ ହୋଇଛି।

ଠକଦଳ ଓ ଟ୍ରଷ୍ଟ୍‌ର ବ୍ୟାଙ୍କ୍ ଆକାଉଣ୍ଟ୍‌ ବିବରଣୀ ପ୍ରଘଟ କରିବାରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରିବା ଲାଗି ପୁଲିସ ଉଦ୍ୟମ ଚଳାଇଛି।

6-lakh-forgery-from-ram-mandir-trusts-account-with-clone-cheque
Share
Odisha Khabar 43619 posts 0 comments

Prev Post

ରାଜ୍ୟରୁ ଆଜି ସୁସ୍ଥ ହେଲେ ୨୭୦୬ ଜଣ କରୋନା ଆକ୍ରାନ୍ତ, ୧ ଲକ୍ଷ ୮ ହଜାର ୦୦୧ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା

Next Post

ଲୁଣା ନଦୀରୁ ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ଗଳିତ ମୃତ ଦେହ 

You might also like More from author
ଖେଳ

ଆଜିଠୁ ସୁପର-୮ ମୋହାଫାଇଟ

ଦେଶ ବିଦେଶ

ଟ୍ରମ୍ପଙ୍କୁ ବଡ଼ ଝଟକା, ଆମେରିକା ସୁପ୍ରିମକୋର୍ଟ ରଦ୍ଦ କଲେ ବିଶ୍ୱବ୍ୟାପୀ ଶୁଳ୍କ ନିଷ୍ପତ୍ତି

ଦେଶ ବିଦେଶ

ରାହୁଲଙ୍କ ସମେତ ୨୫ କଂଗ୍ରେସ ସାଂସଦଙ୍କୁ ଗୁଳି କରିବାକୁ ଧମକ

ଅପରାଧ

୧୧୦ କୋଟି ଟଙ୍କାର ସାଇବର ଠକେଇ, ୨୦ ଗିରଫ

Prev Next

Breaking News

୧ ଏପ୍ରିଲରୁ ବଦଳିବ ଟୋଲ୍ ଗେଟ୍ ନିୟମ, ଦେବାକକୁ ପଡିବନି ଟଙ୍କା

Feb 21, 2026

ଆଜିଠୁ ସୁପର-୮ ମୋହାଫାଇଟ

Feb 21, 2026

ତୁଟିଲା ବିବାଦ : ୧୧ ବର୍ଷ ପରେ ମହାପ୍ରଭୁଙ୍କ ହାଣ୍ଡି ଭଙ୍ଗା ଯାତ୍ରା

Feb 21, 2026

OPSC ର ବଡ଼ ଘୋଷଣା : ଏଣିକି ଓଡ଼ିଶା ପ୍ରଶାସନିକ ସେବାରେ ସାମିଲ ହେବେ…

Feb 21, 2026

ଆଜି ମାଟ୍ରିକ ପରୀକ୍ଷାର ଦ୍ବିତୀୟ ବିଷୟ

Feb 21, 2026

ରାଜ୍ୟରେ ପ୍ରତିଷ୍ଠା ହେବ ୪ ନୂଆ ବିଶ୍ୱବିଦ୍ୟାଳୟ, ଘୋଷଣା କଲେ…

Feb 21, 2026

ଆଜି ବଜେଟ ଅଧିବେଶନର ପଞ୍ଚମ ଦିନ

Feb 21, 2026
© 2026 - Odisha Khabar. All Rights Reserved.

Designed by Web Odisha

Sign in

Welcome, Login to your account.

Forget password?
Sign in

Recover your password.

A password will be e-mailed to you.