ଭୁବନେଶ୍ୱର : ଓଡ଼ିଶାରେ ଆଜି ଗୋଟିଏ ଦିନରେ ୬୦ ହଜାର ଟପିଛି କରୋନା ନମୁନା ପରୀକ୍ଷା। ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାର ୯୦୯ କରୋନା ପରୀକ୍ଷା ହୋଇଛି। ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁନଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ୫୩ ହଜାର ୨୯୫ ଆଣ୍ଟିଜେନ୍ ଟେଷ୍ଟ ହୋଇଥିବାବେଳେ ୭ ହଜାର ୪୯୦ ଆରଟିପିସିଆର ଟେଷ୍ଟ ଓ ୧୨୪ଟି ଟ୍ରୁନଟ ଟେଷ୍ଟ ହୋଇଛି। ଏନେଇ ରାଜ୍ୟ ସ୍ଵସ୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପୂର୍ବ ଦିନ ରାଜ୍ୟରେ ସର୍ବାଧିକ ସଂଖ୍ୟକ ୬୮୯୦୬ଟି କୋଭିଡ୍ ନମୁନା ପରୀକ୍ଷା ହୋଇଥିଲା।