ନୂଆଦିଲ୍ଲୀ : ଆଜି ଆମେରିକାର ଆଲାସ୍କାରେ ବଡ ଧରଣର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତିବ୍ରତା ୭.୪ ରେକର୍ଡ କରାଯାଇଛି । ଏହି ଭୂକମ୍ପର ଝଟକା ଏତେ ଅଧିକ ଥିଲା ଯେ ଏନେଇ ସୁନାମୀ ଆଲର୍ଟ ଦିଆଯାଇଛି । ଏହି ଭୂକମ୍ପ ୯.୩ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା । ଭୂକମ୍ପକୁ ନେଇ ହୋଇଥିବା କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ମିଳିନାହିଁ ।