ନୂଆଦିଲ୍ଲୀ, ୨୩/୦୮ : ବିହାରର ପାଟନା ଜିଲ୍ଲା ଦାନିଆୱାନରେ ଆଜି ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସାତ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ପାଟନାକୁ ପଠାଯାଇଛି। ହିଲସାର ମାଲାମା ଗାଁର ଲୋକମାନେ ଏକ ଅଟୋରେ ଗଙ୍ଗା ସ୍ନାନ ପାଇଁ ଫତୁହା ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ରାସ୍ତାରେ ଏକ ଦ୍ରୁତଗାମୀ ଟ୍ରକ୍ ଅଟୋକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଅଟୋଟି ଖଣ୍ଡ ଖଣ୍ଡ ହୋଇଗଲା। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ନେଇ ପଳାଇ ଯାଇଥିଲେ। ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ, ଯାହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପୋଲିସ ଟ୍ରକ୍ ଡ୍ରାଇଭରଙ୍କୁ ଖୋଜିବା ଆରମ୍ଭ କରିଛି।
