ଜୋତାରେ ପାଦ ପୁରାଇବା ପରେ ଆସିଲା ୭ଟି ହାର୍ଟ ଆଟାକ୍: ୭ ବର୍ଷର ଶିଶୁର ମୃତ୍ୟୁ

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ସବୁଠାରୁ ବିଷାକ୍ତ ବିଛା କାମୁଡ଼ିବା ଦ୍ୱାରା ଜଣେ ସାତ ବର୍ଷର ବ୍ରାଜିଲୀୟ ବାଳକଙ୍କର ମୃତ୍ୟୁ ଘଟିଛି । ବିଛା ପିଲାଟିର ଜୋତାରେ ଲୁଚି ରହିଥିଲା । କାମୁଡ଼ିବା ପରେ ପିଲାଟିକୁ ଗୋଟିଏ ପରେ ଗୋଟିଏ ସମୁଦାୟ ସାତଟି ହାର୍ଟ ଆଟାକ୍ ଆସିଥିଲା । ଏକ ରିପୋର୍ଟ ଅନୁଯାୟୀ, ଏନେମ୍ବିର ଲୁଇଜ୍ ମିଗୁଏଲ୍ ଫୁର୍ଟାଡୋ ବାରବୋସା, ୨୩ ଅକ୍ଟୋବରରେ ତାଙ୍କ ପରିବାର ସହିତ କ୍ୟାମ୍ପନିଂରେ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ, ସେତିକିବେଳେ ତାଙ୍କ ଗୋଡ଼କୁ କାମୁଡ଼ିଦେଇଥିଲା ବିଛା ।

ପୁଅର ମାଆ ଏଞ୍ଜୋଲିତା ପ୍ରୋଏଙ୍କା ଫୁର୍ଟାଡୋ କହିଛନ୍ତି ଯେ, ସେ ଜୋତା ପିନ୍ଧିବାକୁ ଚେଷ୍ଟା କରିବା ମାତ୍ରେ ସେ ଯନ୍ତ୍ରଣାରେ ଚିତ୍କାର କରିବାକୁ ଲାଗିଥିଲେ । କିଏ ତାଙ୍କୁ ଆଘାତ କଲା ଆମେ ଜାଣି ନାହୁଁ, କିନ୍ତୁ କିଛି ସମୟ ମଧ୍ୟରେ ତାଙ୍କ ଗୋଡ ଲାଲ ହେବାକୁ ଲାଗିଲା ଏବଂ ଯନ୍ତ୍ରଣା ଆହୁରି ବଢ଼ିଗଲା । ଏହା ପରେ ହିଁ ମୁଁ ଜାଣିଲି ଯେ ବିଛା ହିଁ କାମୁଡ଼ି ଦେଇଛିି । ତା’ପରେ ମୁଁ ଜାଣିବାକୁ ଚେଷ୍ଟା କଲି ଏହି କେଉଁ ବିଛା?

ଏଞ୍ଜେଲିତା ଏବଂ ତାଙ୍କ ସ୍ୱାମୀ ଏରାଲଡୋ ବାରବୋସା ଲୁଇଜଙ୍କୁ ସୋ ପାଉଲୋ ୟୁନିଭରସିଟି ଅଫ୍ ମେଡିସିନ୍ କ୍ଲିନିକ୍ ହସ୍ପିଟାଲକୁ ନେଇଥିଲେ, ଯେଉଁଠାରେ ତାଙ୍କ ଅବସ୍ଥା ସୁଧୁରିବାରେ ଲାଗିଥିଲା । ପୁଅର ମା କହିଛନ୍ତି, ସେମାନେ ତାଙ୍କୁ ଔଷଧ ଦେବା ମଧ୍ୟ ବନ୍ଦ କରିଦେଇଥିଲେ । ଏହା ପରେ ସେ ଆଖି ଖୋଲି ମୋ ସହ କଥା ହେବାକୁ ଚେଷ୍ଟା କଲା । ମୁଁ ତାଙ୍କୁ କିସ୍ କଲି ଓ ସେ ପୁଣି ବେହୋସ୍ ହୋଇଗଲେ ।’ସ୍ଥାନୀୟ ମିଡିଆରୁ ମିଳିଥିବା ଖବର ମୁତାବକ, ପୁଅକୁ ସମୁଦାୟ ୭ଟି ହାର୍ଟ ଆଟାକ୍ ଆସିଥିଲା, ଯାହା ପରେ ତାର ମୃତ୍ୟୁ ହୋଇଗଲା ।

SBI_Festive_Digital Billboard