ଭୁବନେଶ୍ୱର, ୨୯/୧୦ : ଛତିଶଗଡ଼ରେ ୭୨ ମାଓବାଦୀ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆଗେଇ ଆସିଛନ୍ତି। ଆଉ ଅନ୍ଧାରୀ ଜଙ୍ଗଲରୁ ବାହାରି ସହର ମୁହାଁ ହେବା ସହ ଆତ୍ମସମର୍ପଣ କରିଛନ୍ତି ୭୨ ନକ୍ସଲ । ତେବେ ସୀମାବର୍ତ୍ତୀ ଜିଲ୍ଲା ଛତିଶଗଡରେ ମାଓବାଦର ମୂଳପୋଛ ପାଇଁ ଅପରେସନ ଚାଲିଥିବା ବେଳେ ମାଓ ନିପାତ ପାଇଁ ବିଭିନ୍ନ ସମୟରେ ଆକ୍ସନ ହେଉଛି ଆଉ ଜୀବନ ବିକଳରେ ମାଓବାଦୀମାନେ ଆତ୍ମସମର୍ପଣ କରୁଛନ୍ତି । ଏହି କ୍ରମରେ ଆଜି ବସ୍ତର ଡିଭିଜନର କାଂକେର ଜିଲ୍ଲାରେ ୨୧ ମାଓବାଦୀ ଅସ୍ତ୍ର ତ୍ୟାଗ କରିବା ସହ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କୁ ସ୍ବାଗତ କରିବା ପାଇଁ ରେଡ୍ କାରପେଟ୍ ବିଛାହେବା ସହ ଆଇଜି ତାଙ୍କୁ ସମ୍ବିଧାନର ବହି ଉପହାର ଦେଇଛନ୍ତି ।
