ଝାଡ଼ଖଣ୍ଡରେ ୮ ଦିନିଆ ଲକଡାଉନ ଘୋଷଣା

ରାଞ୍ଚି,୨୦ /୪ : କରୋନା ସଂକ୍ରମଣ ପାଇଁ ଝାରଖଣ୍ଡ ସରକାର ରାଜ୍ୟରେ ୮ ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶ ଅନୁସାରେ ଏପ୍ରିଲ ୨୨ରୁ ୨୯ ପର୍ଯ୍ୟନ୍ତ ଏହି ଲକଡାଉନ ବଳବତ୍ତର ରହିବ । ତେବେ ଏହି ଲକଡାଉନ ସମୟରେ କେତେକ ଅତ୍ୟାବଶ୍ୟକ ସେବା ଓ ଧାର୍ମିକ ଅନୁଷ୍ଠାନ ଖୋଲା ରହିବ । ଧର୍ମାନୁଷ୍ଠାନ ଖୋଲା ରହିଲେ ବି ଶ୍ରଦ୍ଧାଳୁମାନଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ସେହିପରି ଖଣି ଖନନ, ନିର୍ମାଣ ଓ କୃଷି କାର୍ଯ୍ୟ ଜାରି ରହିବ।