୧.୭୫ କୋଟିରେ ନିଲାମ ହେଲା ୮୧ ବର୍ଷ ପୁରୁଣା ହ୍ୱିସ୍କି

ଆମେରିକା ଭିତ୍ତିକ ନିଲାମ ହାଉସ୍ ‘ସୋଥେବି’ ଦୁନିଆର ସର୍ବ ପୁରାତନ ହ୍ୱିସ୍କି ନିଲାମ କରୁଛି । ଏହି ୮୧ ବର୍ଷ ପୁରୁଣା ହ୍ୱିସ୍କିର ନାମ ‘ମାକାଲାନ୍ ଦି ରେଚ୍’ । ନିଲାମ ହାଉସ୍ ସୋଥେବି ଏହାର ଅଫିସିଆଲ୍ ୱେବସାଇଟରେ ନିଲାମ ପାଇଁ ‘ମାକାଲାନ୍ ଦି ରିଚ୍’କୁ ରଖିଛି । ସୋଥେବି ଏହି ହ୍ୱିସ୍କିର କିଛି ଫଟୋ ୱେବ୍ସାଇଟରେ ମଧ୍ୟ ସେୟାର କରିଛନ୍ତି । ଗ୍ରାହକ ସୋଥବୀଙ୍କ ୱେବସାଇଟ୍ ପରିଦର୍ଶନ କରି ଏହି ହ୍ୱିସ୍କି ପାଇଁ ବିଡ୍ କରିପାରିବେ ।

ହ୍ୱିସ୍କି ପ୍ରେମୀଙ୍କ ପାଇଁ ‘ମାକାଲାନ୍ ଦି ରେଚ୍’ର ଆନୁମାନିକ ମୂଲ୍ୟ ୯୬.୭୨ ଲକ୍ଷରୁ ୧.୭୫ କୋଟି ଟଙ୍କା ରଖାଯାଇଛି । ୧୯୪୦ରେ ‘ମାକାଲାନ୍ ଦି ରିଚ୍’ ଡିଷ୍ଟିଲ୍ ହୋଇଥିଲା ଏବଂ ଏହି ହ୍ୱିସ୍କିର କେବଳ ଗୋଟିଏ ବୋତଲ ଉତ୍ପାଦିତ ହୋଇଥିଲା । ଏହାର ଆଲକହଲ୍ ମାତ୍ରା ୪୧.୬% ରହିଛି । ବିଜେତା ନିଲାମଧାରୀଙ୍କୁ ‘ମାକାଲାନ୍ ଦି ରେଚ୍’ ସହିତ ଏକ ଛୋଟ ପିତ୍ତଳ ମୂର୍ତ୍ତି ମିଳିବ ।