ଦେଶରେ ଆଜି ୮୩ ହଜାର ୮୮୩ ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୩୮ ଲକ୍ଷ ୫୩ ହଜାର ୪୦୬, ମୃତ୍ୟୁ ସଂଖ୍ୟା ୬୭,୩୭୬
ନୂଆଦିଲ୍ଲୀ, ୩/୯ : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି ଦେଶରେ ୮୩ ହଜାର ୮୮୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୮ ଲକ୍ଷ ୫୩ ହଜାର ୪୦୬ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧୦୪୩ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୬୭ ହଜାର ୩୭୩କୁ ବୃଦ୍ଧି ପାଇଛି।
ଦେଶରେ ଏବେ ୮ ଲକ୍ଷ ୧୫ ହଜାର ୫୩୮ ସକ୍ରିୟ ରୋଗୀ ରହିଥିବାବେଳେ ୨୯ ଲକ୍ଷ ୭୦ ହଜାର ୪୯୨ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।