ଭୟଙ୍କର ସଡକ ଦୁର୍ଘଟଣା : ୯ ମୃତ

ନୂଆଦିଲ୍ଲୀ, ୨୫/୧୨: ତାମିଲନାଡୁରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା । ପ୍ରାଣ ହରାଇଲେ ୯ ଯାତ୍ରୀ । ଏସୟୁଭି ଏବଂ କାରକୁ ଏକ ସରକାରୀ ବସ ଧକ୍କା ଦେବାରୁ ଏତେ ବଡ ଦୁର୍ଘଟଣା ଦେଖିଛି । ବୁଧବାର ବିଳମ୍ବିତ ରାତିରେ ଉଭୟ ଏସୟୁଭି ଏବଂ କାର୍ ଚେନ୍ନାଇରୁ ତିରୁଚିରପଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ । ଏହି ସମୟରେ ଏକ ଯାତ୍ରୀବାହୀ ବସ ବିପରୀତ ଦିଗରେ ଯାତ୍ରା କରୁଥିଲା । ତେବେ ବସ୍ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ପାଇଁ ଏହା ଅପରପାର୍ଶ୍ୱରେ ଯାଉଥିବା କାର ଏବଂ ଏସୟୁଭିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର ଦୁଇଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ଏହାସହ ୯ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ରହିଛନ୍ତି । ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାରେ ପ୍ରଥମେ ୭ ଜଣ ପ୍ରାଣ ହରାଇଥିଲେ । ପରେ ଏହି ସଂଖ୍ୟା ୯ରେ ପହଁଚିଛି । ସରକାରୀ ବସଟି ଦୁଇଟି କାରକୁ ଧକ୍କା ଦେଇଥିବାରୁ ଅଘଟଣ ଘଟିଛି । ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ଚିକିତ୍ସାରେ ଯେପରି କୌଣସି ତ୍ରୁଟି ନୁହେଁ ସେନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆହୁରି ମଧ୍ୟ ମୃତକଙ୍କ ପରିବାରକୁ ୯ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା ହୋଇଛି ।