ବଲିଉଡ୍ ଆକଫର ପୁଲକିତ ସମ୍ରାଟ ଫିଲ୍ମ ଅପେକ୍ଷା ନିଜ ପରସନାଲ୍ ଲାଇଫ୍କୁ ନେଇ ବେଶି ଚର୍ଚ୍ଚାରେ ଥାନ୍ତି । ପୂର୍ବରୁ ପୁଲକିତ ସଲମାନଙ୍କ ଭଉଣୀଙ୍କୁ ଛାଡ଼ପତ୍ର ଦେବା ନେଇ ସମାଲୋଚୀତ ହୋଇଥିଲେ । ଏହାପରେ ହିନ୍ଦୀ ଫିଲ୍ମ ଅଭିନେତ୍ରୀ ୟାମୀ ଗୋତମଙ୍କୁ ଡେଟ୍ କରୁଥିବା ଖବରକୁ ନେଇ ପୁଲକିତ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । କିନ୍ତୁ ଏବେ ଖବର ଆସୁଛି ଯେ ପୁଲକିତ ୟାମୀଙ୍କୁ ଛାଡ଼ି ଆଉ ଜଣେ ନାୟିକାଙ୍କୁ ଡେଟ୍ କରୁଛନ୍ତି ବୋଲି । ସେ ନାୟିକା ଜଣଙ୍କ ହେଉଛନ୍ତି କୃତୀ ଖରବନ୍ଧା । ଅନେକ ଥର ଏମାନଙ୍କୁ ପବ୍ଲିକ୍ ପ୍ଲେସରେ ଏକାଠି ଦେଖିଥିଲେ ସାଧାରଣ ଜନତା। ନିକଟରେ ପୁଲକିତ କୃତୀଙ୍କ ଜନ୍ମଦିନ ପାଳିବା ପାଇଁ ଚେନ୍ନାଇରେ ପହଞ୍ଚି ଯାଇଥିଲେ । କେବଳ ଏତିକି ନୁହେଁ ପୁଲକିତଙ୍କ ଜିମ୍ ଟ୍ରେନର ପୁଲକିତଙ୍କୁ ଟ୍ରେନିଂ ଦେବା ସହ କୃତିଙ୍କୁ ମଧ୍ୟ ଟ୍ରେନିଂ ଦେଉଛନ୍ତି । ଫିଲ୍ମ ‘ସନମ ରେ’ ଜରୀଆରେ ପୁଲକିତ ଓ ୟାମୀ ଦୁହେଁ ପ୍ରେମରେ ପଡ଼ିଥିବାବେଳେ ୟାମୀଙ୍କ ଘରଲୋକ ଏ ସମ୍ପର୍କରେ ସହମତୀ ନ ହେବା କାରଣରୁ ଏ ଦୁହେଁ ଅଲଗା ହୋଇ ଯାଇଥିଲେ। ୨୦୧୪ରେ ସମଲମାନଙ୍କ ଭଉଣୀଙ୍କୁ ପ୍ରେମ ବିବାହ କରଥିଲେ ପୁଲକିତ । ଏ ଦମ୍ପତିଙ୍କ ବିବାହ ବିଚ୍ଛେଦର ମୂଳ କାରଣ ହେଉଛି ପୁଲକିତଙ୍କ ଅନ୍ୟ ମହିଳାଙ୍କ ସହ ଅନୈତୀକ ସମ୍ପର୍କ । ବିବାହ ବିଚ୍ଛେଦ ପରେ ପୁଲକିତଙ୍କୁ ଇଣ୍ଟଷ୍ଟ୍ରୀରେ ହାଇ-ବଜେଟ୍ ଫିଲ୍ମ ମିଳିବା ବନ୍ଦ ହୋଇ ଯାଉଛି ।