ଯୁକ୍ତଦୁଇ ପରୀକ୍ଷା ପାଇଁ ସରକାର ଜାରି କଲେ କଡ଼ା ନିୟମ

ଭୁବନେଶ୍ୱର,୨୮/୨: ଚଳିତ ବର୍ଷ ମାର୍ଚ୍ଚ ୭ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୩୦ରେ ଶେଷ ହେବ । ୨୦୧୯ ବର୍ଷରେ ୧୦୯୧ଟି କେନ୍ଦ୍ରରେ ଯୁକ୍ତ ୨ ପରୀକ୍ଷା ହେବ। ୩ ଲକ୍ଷ ୬୯ ହଜାର ଛାତ୍ରୀଛାତ୍ର ଯୁକ୍ତ ୨ ପରୀକ୍ଷା ଦେବେ। ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ଯେପରି ଯୁକ୍ତ ୨ ପରୀକ୍ଷାରେ ନଦେଖିବାକୁ ମିଳେ ସେଥିପାଇଁ ସରକାର କଡ଼ାକଡ଼ି ନିୟମ ଜାରି କରିଛନ୍ତି ।

ଏଥିପାଇଁ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ହଲ୍‌କୁ ହାତଘଣ୍ଟା ଓ ମୋବାଇଲ୍‌ ଆଦି ନେବାକୁ ବାରଣ କରାଯାଇଛି। ଏଥିସହିତ ବର୍ତ୍ତମାନ ସୁଦ୍ଧା ୯୩୭ ସେଣ୍ଟରରେ ସିସି କ୍ୟାମେରା ଲଗାଯାଇ ସାରିଛି। ସେହିପରି ଯୁକ୍ତ ୨ ପରୀକ୍ଷା ପାଇଁ ୨୦୨ଟି ହବ୍‌ କରାଯାଇଛି। ୭ଟାରୁ ୯.୩୦ ଭିତରେ ପ୍ରଶ୍ନପତ୍ର ସମସ୍ତ ପରୀକ୍ଷାକେନ୍ଦ୍ରରେ ପହଞ୍ଚି ଯିବ। ଏହାଛଡା ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ଅନ୍ୟ କେହି ବି ପରୀକ୍ଷା ଚାଲିଥିବା ସମୟରେ ଫୋନ୍‌ ଧରି ପାରିବେ ନାହିଁ ବୋଲି ଗୁରୁବାର ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି।

SBI_Festive_Digital Billboard