ନୂଆଦିଲ୍ଲୀ,28/2: ପାକିସ୍ତାନ କବଜାରେ ଥିବା ଭାରତୀୟ ପାଇଲଟ ଅଭିନନ୍ଦନ ବର୍ତମାନଙ୍କ ମୁକ୍ତିକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ମାତ୍ର ଏହା ମଧ୍ୟରେ ପାକିସ୍ତାନ ବଡ଼ ଘୋଷଣା କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ସଂସଦରେ ଘୋଷଣା କରି କହିଛନ୍ତି ଯେ ଭରାତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଆସନ୍ତାକାଲି ମୁକ୍ତ କରିବୁ। ଏହି ସମୟରେ ସେ କହିଛନ୍ତି ଯେ ଆମେ କୌଣସି ଲଢେଇ କରିବାକୁ ଚାହୁଁନାହୁଁ। ଭାରତ ପୁଲଓ୍ଵାମା ହମଲାର ପ୍ରମାଣ ପ୍ରଦାନ କରିଛି।
ସୀମାପାରରେ ଜାରି ଗୁଳି ବର୍ଷଣ ଓ ଭାରତୀୟ ସେନାର ସମ୍ଭାବିତ ଆକ୍ସନରେ ଭୟଭୀତ ହୋଇ ପାକିସ୍ତାନ ଭାରତୀୟ ପାଇଲଟଙ୍କୁ ଛାଡ଼ିବାକୁ ଘୋଷଣା କରିଛି। ପାକ୍ ସଂସଦର ମିଳିତ ଅଧିବେଶନକୁ ସମ୍ଭୋଧିତ କରି ପ୍ରଧାନମନ୍ତ୍ରୀ ଇମରାନ ଖାନ ଆଜି କହିଛନ୍ତି ଯେ, ଶାନ୍ତିର ସଙ୍କେତ ଦେଇ ଆମେ ଭାରତୀୟ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଆସନ୍ତାକାଲି ମୁକ୍ତ କରିବ। ଉଲ୍ଲେଖଯୋଗ୍ୟ, ଗୋଟିଏ ଦିନ ପୂର୍ବେ ପାକିସ୍ତାନର ଲଢୁଆ ବିମାନ ଭାରତୀୟ ସୀମାରେ ପ୍ରବେଶ କରି ଭାରତୀୟ ବାୟୁସେନା ପ୍ରତିଷ୍ଠାନ ଉପରେ ହମଲା କରିବାକୁ ଚେଷ୍ଟା କରିଥିଲା। ଯାହାକୁ ଭାରତୀୟ ଲଢୁଆ ବିମାନ ମିଗ ୨୧ ବିଫଳ କରିଥିଲା। ଭାରତୀୟ ବାୟୁସେନା କାର୍ଯ୍ୟାନୁଷ୍ଠାନ କରି ପାକିସ୍ତାର ଏକ ଏଫ ୧୬ ବିମାନକୁ ମାରି ଖସାଇ ଦେଇଥିଲେ। ଏହି ସମୟରେ ଭାରତ ଏକ ମିଗ ୨୧ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ନିଜ କବଜାକୁ ନେଇ ଯାଇଥିଲା।