ଭୁବନେଶ୍ୱର, ୨୮/୨: ରାଜଧାନୀ ଭୁବନେଶ୍ୱରରେ ରନ୍ଧନ ଗ୍ୟାସ୍ ବା ଏଲପିଜି ଦରରେ ଆଜି ବୃଦ୍ଧି ଘଟିଛି । ଗ୍ରାହକ ପାଉଥିବା ସବ୍ସିଡି LPG ଦରରେ ପ୍ରାୟ ୨.୧୫ ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ବଜାରରେ ମିଳୁଥିବା ଅଣ ସବ୍ସିଡି LPG ଦରରେ ପ୍ରାୟ ୪୪ଟଙ୍କା ବୃଦ୍ଧି ଘଟିଛି । ଏଥିସହ ଗ୍ରାହକଙ୍କ ଖାତାକୁ ଆସୁଥିବା ସବ୍ସିଡି ରାଶିରେ ୪୧ଟଙ୍କା ୮୫ପଇସା ମଧ୍ୟ ବୃଦ୍ଧି ଘଟିଛି । ବର୍ଦ୍ଧିତ ରନ୍ଧନ ଗ୍ୟାସ୍ ଓ ସବ୍ସିଡି ଦର ଆସନ୍ତା ମାର୍ଚ୍ଚ ପହିଲା ଠାରୁ ଲାଗୁ ହେବ ବୋଲି ଗ୍ୟାସ କମ୍ପାନୀ ମାନଙ୍କ ପକ୍ଷରୁ ଘୋଷଣା କରାଯାଇଛି ।