ଜୟପୁର,୬/୩: ରାଜସ୍ଥାନରେ ଏବେ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପରାକ୍ରମ ଓ ସାହାସ ଏବେ ପାଠ୍ୟପୁସ୍ତକରେ ସାମିଲ ହେବାକୁ ଯାଉଛି। ଏବେ ପିଲା ପଢିଲେ ଅଭିନନ୍ଦନଙ୍କ ଶୌର୍ଯ୍ୟ ଓ ସାହସିକତା ବିଷୟରେ। ଭାରତୀୟ ବାୟୁସେନାର ଏ ହେଉଛନ୍ତି ସେହି ଅଭିନନ୍ଦନ, ଯିଏ ନିୟନ୍ତ୍ରଣ ରେଖା(ଏଲଓସି) ଅତିକ୍ରମ କରି ଭାରତରେ ପଶିଥିବା ପାକିସ୍ତାନରର ଏକ ଏଫ-୧୬ ଲଢୁଆ ବିମାନକୁ ମିଗ-୨୧ ଜରିଆରେ ମାରି ତଳେ ଖସାଇ ଦେଇଥିଲେ।
ରାଜସ୍ଥାନର ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା କହିଛନ୍ତି ଯେ, ଆମର ସେନା ନିଜର ଜୀବନ ପ୍ରାଣବଳୀ ଦେଇ ଆମକୁ ସୁରକ୍ଷିତ ରଖୂଛନ୍ତି। ଆମ ଯବାନଙ୍କ ଅଦ୍ୟମ ସାହାସ ଆଗାମୀ ପିଢି ପାଇଁ ପ୍ରେରଣାର ସ୍ରୋତ ହେଉ, ଏହାକୁ ଦୃଷ୍ଟିରେ ରଖି ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସହିତ ଜଡ଼ିତ ଘଟଣାକୁ ପାଠ୍ୟକ୍ରମରେ ସାମିଲ କରାଯିବ।