ଲେଗିନ୍‌ସ ପିନ୍ଧିବାର ନିୟମ

ଆଜିକାଲିର ଫ୍ୟାଶନ୍‌ ଟ୍ରେଣ୍ଡରେ ଲେଗିନ୍‌ସ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନେଇଛି । ପାର୍ଟି, ଫଙ୍କସନ୍‌, ଅଫିସ୍‌, କଲେଜ୍‌ ହେଉ ବା କୌଣସି ଧାର୍ମିକ ସ୍ଥାନ ଯେଉଁଠାକୁ ବି ଗଲେ ମହିଳାମାନେ ଲେଗିନ୍ସ ପରିଧାନ କରୁଛନ୍ତି । ବର୍ତ୍ତମାନ ଲେଗିନ୍ସ ପ୍ରତି ପ୍ରତ୍ୟେକ ମହିଳାଙ୍କ ସଉକ ବଢ଼ିବାକୁ ଲାଗିଲାଣି । ତେବେ ଏ ଲେଗିନ୍ସ ପିନ୍ଧିବା ପାଇଁ କିଛି ନିୟମ ରହିଛି ଯାହାକୁ ମାନିଲେ ଆପଣଙ୍କ ଲେଗିନ୍ସ ପିନ୍ଧାରେ କୌଣସି ବ୍ୟତିକ୍ରମ ଦେଖାଯିବ ନାହିଁ ।
*ଲେଗିନ୍ସ ପ୍ୟାଣ୍ଟ ସ୍କିନ୍‌ ଓ ବଡିକୁ ଚିପି ହୋଇ ରହିଥାଏ । ଯଦି ଆପଣଙ୍କ ଇନ୍ନର ହେମ୍‌ ଲାଇନ୍‌ ଲେଗିନ୍ସ ଉପରକୁ ବାହାରି ଦେଖିଯାଏ ତେବେ ଏହା ଆପଣଙ୍କ ଫ୍ୟାଶନ୍‌ରେ ବ୍ୟତିକ୍ରମ ସୃଷ୍ଟି କରିବ । ତେଣୁ ଲେଗିନ୍ସ ପିନ୍ଧିବା ସମୟରେ ଇନ୍ନର ପ୍ରତି ବିଶେଷ ଧ୍ୟାନ ଦେବେ ଯାହା ଫଳରେ ଇନ୍ନରର ହେମ୍‌ଲାଇନ୍‌ ଲେଗିନ୍ସ ବାହରକୁ ଦେଖାଯିବ ନାହିଁ ।
*କ୍ରପ୍‌ ଟପ୍‌ ସହିତ ଲେଗିନ୍ସ ପ୍ୟାଣ୍ଟ ପିନ୍ଧନ୍ତୁ ନାହିଁ । ଯେହେତୁ ଲେଗିନ୍ସ ଦେହ ସହ ଚିପ୍‌କି ହୋଇ ରୁହେ ତେବେ କ୍ରପ୍‌ ଟପ୍‌ ପିନ୍ଧିଲେ ଆପଣଙ୍କ ବଡି କର୍ଭସ୍‌ ଗୁଡିକ ଅଧିକ ବଡ଼ ଜଣାପଡିବା ସହ ବେଶି ହାଇଲାଇଟ୍‌ ହୁଏ ।
* ଆପଣ ବ୍ଲାକ୍‌ ବା କିଛି ନୁ୍ୟଟ୍ରାଲ୍‌ କଲର୍‌ର ଲେଗିନ୍ସ ପିନ୍ଧିଲେ ମଧ୍ୟ ସେଥିରେ କୌଣସି ଡିପ୍‌ କଲର୍‌ର ଟପ୍‌ ପିନ୍ଧନ୍ତୁ ନାହିଁ କାରଣ ଏପରି ପିନ୍ଧିଲେ ଆପଣଙ୍କ ଲୁକ୍‌ ବିଗିଢ଼ି ଯିବ ।
* ସବୁବେଳେ ଧ୍ୟାନ ଦେବେ ଆପଣଙ୍କ ଲେଗିନ୍ସ ଯେମିତି ଚୁଡିଦାର ପ୍ୟାଣ୍ଟ ପରି ନ ଦିଶେ । ସବୁବେଳେ ନିଜ ମାପର ଲେଗିନ୍ସ କିଣି ତାକୁ ପରିଧାନ କରିବେ ।