ଦୈନଦିନ ଜୀବନରେ ସ୍ମାର୍ଟ ଫୋନର ବହୁଳ ବ୍ୟବହାର ଦ୍ୱାରା ଏହା ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି । ଅଧିକାଂଶ ସମୟ ଦେଖିବାକୁ ମିଳୁଛି ଯେଉଁମାନେ ସବୁବେଳେ ଏକୁଟିଆ ରହିଥାନ୍ତି ବା ବିଭିନ୍ନ ମାଦକ ଦ୍ରବ୍ୟର ବସବର୍ତ୍ତୀ ହୋଇଥାନ୍ତି ସେମାନେ ସାଧାରଣତଃ ଚିନ୍ତାଗ୍ରସ୍ତ ରୁହନ୍ତି । କିନ୍ତୁ ଚିନ୍ତା ଗ୍ରସ୍ତ ହେବାର ଏହା ଏକମାତ୍ର କାରଣ ନୁହେଁ । ମୋବାଇଲର ବହୁଳ ବ୍ୟବହାର ଦ୍ୱାରା ମଧ୍ୟ ଲୋକ ଚିନ୍ତାଗ୍ରସ୍ତ ହୋଇଥାନ୍ତି ଯାହା ଏକ ଗବେଶଣାରୁ ଜଣା ଯାଇଛି । ଯେଉଁମାନ ନିଜର ମାନସିକ ଅବସ୍ଥା ସହ ସଂଘର୍ଷ କରିଥାନ୍ତି ସେମାନେ ହିଁ ସ୍ମାର୍ଟ ଫୋନର ବହୁଳ ବ୍ୟବହାର କରୁଥିବାର ଅନୁମାନ କରାଯାଉଛି । ଉଦାସଗ୍ରସ୍ତ ଲୋକମାନେ ସାଧାରଣତଃ ଦୁଃଖ ବା ଡିପ୍ରେସନ୍ରୁ ମୁକ୍ତି ପାଇବା ପାଇଁ ଫୋନରେ ଚାଟିଂ, ଭିଡିଓ ଦେଖିବା ଓ ଗେମ୍ ଖେଳିଥାନ୍ତି, ଫଳରେ ସେମାନେ ସ୍ମାର୍ଡ ଫୋନର ଅଧିକ ନିଟତର ହୋଇ ପଡନ୍ତି । ଏଭଳି କରୁଖିବା ବ୍ୟକ୍ତିମାନଙ୍କୁ ରାତିରେ ନିଦ ନ ହେବା ସହ ବିଭିନ୍ନ ହୃଦ୍ ଜନିତ ରୋଗର ସମ୍ଭାବନା ଉପୁଜିଥାଏ, ଏହା ସହ ଅଧିକ ସମୟ ମୋବାଇଲକୁ ଚାହିଁବା ଦ୍ୱାରା ଆଖିରେ ଜଳା ପୋଡା ମଧ୍ୟ ହୋଇଥାଏ । ତେବେ ଆପଣ ଯଦି ସ୍ମାର୍ଟ ଫୋନର ବହୁଳ ବ୍ୟବହାର କରୁଛନ୍ତି ଓ ଏହାକୁ ଛାଡିବାକୁ ଚାହିଁଲେ ମଧ୍ୟ ଏଥିରୁ ନିବୃତ ହୋଇପାରୁ ନାହæôନ୍ତି ତେବେ ଆପଣ ଯଥା ଶିଘ୍ର ମନୋବିଜ୍ଞାନୀଙ୍କ ପରାମର୍ଶ ନିଅନ୍ତୁ ।