ରହସ୍ୟମୟୀ ରାଣୀ

ରାଣୀମାନେ ସାଧାରଣଭାବେ ନିଜ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚାରେ ଥାନ୍ତି । କିନ୍ତୁ ମିଶରର ରାଜକୁମାରୀ କ୍ଲିଓପେଟ୍ରା ଯେତିକି ସୁନ୍ଦର ଥିଲେ ତା’ଠୁ ଅଧିକା ମାତ୍ରାରେ ଚତୁର ଏବଂ ଷଡଯନ୍ତ୍ରକାରିଣୀ ମଧ୍ୟ ଥିଲେ । କେବଳ ତାଙ୍କ ସୁନ୍ଦରତା ପାଇଁ ସେ ଚର୍ଚ୍ଚିତ ନ ଥିଲେ ସେ ନିଜ ରହସ୍ୟମୟ ଜୀପବନକୁ ନେଇ ମଧ୍ୟ ଚର୍ଚ୍ଚାରେ ଥିଲେ । ପିତାଙ୍କ ମୃତୁ୍ୟ ପରେ ମାତ୍ର ୧୪ ବର୍ଷ ବୟସରେ କ୍ଲିଓପେଟ୍ରା ଏବଂ ଭାଇ ଟୋଲେମୀ ଦିୟୋନିସସଙ୍କୁ ରାଜ୍ୟ ପ୍ରାପ୍ତ ହେଲା । ରାଜ୍ୟର ଦାୟିତ୍ୱ ଆସିଗଲା କ୍ଲିଓପେଟ୍ରାଙ୍କ ହାତକୁ ଆଉ ଯାହାକୁ ଭାଇ ଟଲେମୀ ସହ୍ୟ କରି ନପାରି ରାଜ୍ୟ ଛାଡି ଚାଲିଗଲେ । ପରେ କ୍ଲିଓପେଟ୍ରାଙ୍କୁ ରାଜ୍ୟ ଦାୟିତ୍ୱରୁ ହାତ ଛାଡ଼ିବାକୁ ପଡିଥିଲା । ଏହା ପରେ କ୍ଲିଓପେଟ୍ରା ରୋମ୍‌ର ରାଜା ଜୁଲିୟସ ସୀଜରଙ୍କୁ ନିଜ ପ୍ରେମର ଜାଲରେ ବାନ୍ଧି କ୍ଲିଓପେଟ୍ରାଙ୍କୁିମଶରର ରାଜସିଂହାସନରେ ବସାଇଦେଲେ । କ୍ଲିଓପେଟ୍ରାଙ୍କ ମୁତୃ୍ୟ ପରେ ଏକ ବଡ ରହସ୍ୟ ଖୋଲିଥିଲା । ରୋମନ ରାଜ୍ୟର ପ୍ରଥମ ସମ୍ରାଟ ଆଗଷ୍ଟସ୍‌ କ୍ଲିଓପେଟ୍ରାଙ୍କ ହାର୍‌ ପରେ ନିଜର ଶାସନର ସ୍ଥପନା କରିଥିଲେ । ଶାସନ ମୁତାବିକ୍‌ ଯେତେବେଳେ ଆଗଷ୍ଟସ୍‌ଙ୍କ ପାଖରେ ବର୍ଷର ଗୋଟିଏ ମାସ ତାଙ୍କ ନାମରେ ନାମକରଣ କରାଯିବାର ମଉକା ଥିଲା । କ୍ଲିଓପେଟ୍ରାଙ୍କ ହାର୍‌କୁ ସ୍ମରଣୀୟ କରିବା ପାଇଁ ଅଗଷ୍ଟସ୍‌ ବର୍ଷର ଅଷ୍ଟମ ମାସନିକ ନିଜ ନାଁରେ ନାମକରଣ କରିଥିଲେ । ଅଗଷ୍ଟସ୍‌ କ୍ଲିଓପେଟ୍ରାଙ୍କୁ ଏକ ବନ୍ଦୀଭାବେ ରଖିବାକୁ ଚାହୁଁଥିଲେ । ବନ୍ଦୀ ନ ହେବା ପାଇଁ କ୍ଲିଓପେଟ୍ରା ଆତ୍ମହତ୍ୟା କରିଥିଲେ । ତେବେ ଏହି ରହସ୍ୟମୟୀ ରାଣୀଙ୍କ ରହସ୍ୟ ମୟ ଜୀବନ ଉପରୁ ଏପର୍ଯ୍ୟନ୍ତ ପର୍ଦ୍ଦା ଉଠିପାରି ନାହିଁ ।

SBI_Festive_Digital Billboard