ଭ୍ରଷ୍ଟ ଶାସକ

ଭାରତରେ ଲୋକସଭା ନିର୍ବାଚନ ଏପ୍ରିଲମାସରୁ ମେ’ ମାସ ଭିତରେ ପ୍ରାୟ ୭ ଭାଗରେ ସମ୍ପନ୍ନ ହୋଇଥାଏ । ଭୋଟ ଗଣତି ପରେ ଜଣାପଡ଼ିଥାଏ ଯେ ନିର୍ବାଚନରେ କିଏ ବାଜି ମାରିବ । କି;ୁ ଉତ୍ତର କୋରିଆ ଗୋଟିଏ ଏମିତି ଦେଶ ଯେଉଁଠାରେ ନିର୍ବାଚନ ହେବା ପୂର୍ବରୁ ବିଜୟୀ କିଏ ହେବ ଜଣା ପଡ଼ିଯାଏ । ଏଠାରେ ଭିନ୍ନ ପ୍ରକାର ନିର୍ବାଚନ ହୋଇଥାଏ । ପ୍ରତି ପାଞ୍ଚ ବର୍ଷ ପରେ ଏଠାରେ ସୁପ୍ରିମ୍‌ ପିପୁଲ୍ସ୍‌ ଆସେମ୍ବ୍ଲି ପାଇଁ ନିର୍ବାଚନ ହୁଏ । କି;ୁ ମତଦାନ ସମୟରେ ମତପତ୍ର ଉପରେ କେବଳ ଜଣେ ପ୍ରାର୍ଥୀଙ୍କ ନାମ ରହିଥାଏ ସେ ନାଁ ଟି ହେଉଛି କିମ୍‌ ଜଙ୍ଗ୍‌ ଉନ୍‌ ।
ଉତ୍ତର କୋରିଆ ଦେଶରେ କିମ୍‌ ଜଙ୍ଗ୍‌ ଉନ୍‌ ଏକଛତ୍ରବାଦୀ ଶାସକ ଭାବେ ବେଶ୍‌ ଜଣାଯାନ୍ତି । ତାଙ୍କର ବିନା ଅନୁମତିରେ ଏଠାରେ କୌଣସି କାମ ହୋଇ ନ ଥାଏ । ଏମିତିକି ତାଙ୍କ ଆଇନ୍‌ ବିରୋଧରେ ଯିବାକୁ କାହା ପାଖରେ ସାହସ ମଧ୍ୟ ନାହିଁ । ମାର୍ଚ୍ଚ ୧୦ ତାରିଖକୁ ଉତ୍ତର କୋରିଆରେ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲିରେ ନିର୍ବାଚନକୁ ନେଇ ମତଦାନ କରାଗଲା ଯେଉଁଥିରେ ଆଗରୁ ଫଳାଫଳ ଆସିଯାଇଥାଏ ଏଠାରେ ନିର୍ବାଚନ ଅଧିକାରୀଙ୍କ କହିବା ଅନୁଯାୟୀ ନିର୍ବାଚନରେ ଭାଗ ନେବା ପାଇଁ ପ୍ରତି ନାଗରିକର ସମାନ ଅଧିକାର ରହିଛି ଯାହାର ବିରୋଧ କେହି କରିପାରିବେ ନାହିଁ । ଏଠାରେ ମତପତ୍ର ଉପରେ ହଁ ବା ନା ଲେଖି ମତଦାତାଙ୍କୁ ମତଦାନ ଦିଆଯାଏ । ଶେଷରେ ଯାହାକୁ ଅଧିକ ଭୋଟ୍‌ ମିଳେ ସେ ହିଁ ଜୟଲାଭ କରେ । ଉତ୍ତର କୋରିଆ ନୁ୍ୟଜ୍‌ ଏଜେନ୍ସି ମୁତାବକ ଗତଥର ଉତ୍ତର କୋରିଆ ନିର୍ବାଚନରେ ଏଠାରେ ୯୯.୯୭ ପ୍ରତିଶତ ମତଦାନ ହୋଇଥିଲା । ଏଠାରେ ବର୍ଷକୁ ଗୋଟଏ ଥର ବଜେଟ୍‌ ସୁରକ୍ଷା ପାଇଁ ସଂସଦ ବୈଠକ ବସେ ।