ପଣସକଠା ପଲାଉ

ପ୍ରସ୍ତୁତି ସାମଗ୍ରୀ- ପଣସକଠା ୫୦୦ଗ୍ରାମ୍‌ (କାଟି ଛୋଟ ଛୋଟ ଖଣ୍ଡ କରିବେ), ବାସମତୀ ଚାଉଳ ୨ କପ୍‌ (ଭଲଭାବେ ଧୋଇ ଅଧଘଣ୍ଟା ପାଣିରେ ବତୁରେଇବେ), କପେ ପାଣି, (ଚା’ ଚାମୁଚାଏ ପକେଇ ଫୁଟେଇ ରଖିବେ), ପିଆଜ ଓ ରସୁଣ ଅଧାବାଟି ରଖିବେ, ରସୁଣ ୬ ପାଖୁଡ଼ା, ଅଳେଇଚ ୫ଟି, ଗୋଲମରିଚ ୫ଟି, ତେଜପତ୍ର ୨ଟି, ଲଙ୍କାଗୁଣ୍ଡ, ଟାମାଟୋ ଗୋଟିଏ ଚୁନ୍‌ଚୁନ୍‌ କଟାଯାଇଥିବା, ଡ଼ାଲଚିନି ୧ଖଣ୍ଡ, ଜିରା ଅଧାଚାମଚ, ଲୁଣ, ରିଫାଇନ ତେଲ ।
ପ୍ରଣାଳୀ- ରିଫାଇନ୍‌ ତେଲରେ ପିଆଜ ଓ ରସୁଣ ଭାଜ;ୁ । ତା’ ଦେହରେ ବିଲାତିବାଇଗଣ, ଲଙ୍କା ପକେଇ ଟିକିଏ ଭାଜିନେବେ ଏବଂ ଲୁଣ ଦେଇ ପଣସକଠାକୁ ଭାଜିବେ ଅଳ୍ପ ପାଣିଦେଇ । ସିଝି ଆସିଲେ ପଣସକଠା କାଢ଼ିନେଇ ତେଲ ଦେଇ କରେଇରେ ପିଆଜ, ମସଲାବଟା କଷିବେ ଓ ତା’ ଦେହରେ ଚାଉଳ ପକେଇ ଭାଜିବେ । ଚାଉଳରେ ୩ କପ୍‌ ପାଣି ଦେବେ ଏବଂ ଚା’ପତ୍ର ସିଝାପାଣି ଦେବେ । ଚାଉଳ ହେଇଆସିଲେ ପଣସକଠା ଗୋଳେଇ ନେବେ । ଭଲ ଘିଅ ଟିକିଏ ପକେଇ, ଉପରେ ପିଆଜଭଜା ପକେଇ ଖାଇବାକୁ ଦେବେ ।