ମିଠା ଦୋକାନୀକୁ ୫ ଲକ୍ଷ ଦାଦା ବଟି ମାଗି ବନ୍ଧା ହେଲା ରଘୁଆ

ଭୁବନେଶ୍ୱର, ୦୬/୧୦ : ମିଠା ଦୋକାନୀକୁ ୫ ଲକ୍ଷ ଦାଦା ବଟି ମାଗି ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ରଘୁନାଥ ବାରିକ । ଘଟଣା ଘଟିଛି ଏୟାର ଫିଲ୍ଡ ଥାନା ଚଣ୍ଡୀ ବଜାର ନିକଟରେ । ସିସିଟିଭି ଫୁଟେଜରେ ରଘୁଆ ଓ ତାର ଗ୍ୟାଙ୍ଗ ମିଠା ଦୋକାନ ଭିତରେ ପ୍ରବେଶ କରି ଦୋକାନ ମାଲିକକୁ ଭୟଭୀତ କରାଉଛନ୍ତି ଓ ଦୋକାନୀ ଜଣକ ଟଙ୍କା ଦେବାକୁ ମନା କରିବାକୁ ଦୋକାନ ଆଗରେ ପଥର ପକାଉଛନ୍ତି । ଯାହାକୁ ନେଇ ଏୟାର ଫିଲ୍ଡ ଥାନାରେ ଅଭିଯୋଗ ହେବା ପରେ ପୋଲିସ ରଘୁନାଥଙ୍କୁ ଧରିବାରେ ସଫଳ ହୋଇଛି ।