ଭୁବନେଶ୍ୱର, ୦୬/୧୦ : ରାଉରକେଲାରେ ପୁଣି ଘଟିଛି ଲଜ୍ଜା ଜନକ ଘଟଣା । ଜଣେ ୧୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ ହୋଇଛି । ଜଣେ ୪୯ ବର୍ଷୀୟ ଵ୍ୟକ୍ତି ଦୁଇଵର୍ଷ ଧରି ନାବାଳିକାକୁ ମାନସିକ ଓ ଶାରିରୀକ ନିର୍ଯାତନା ଦେବା ସହ ବିଭିନ୍ନ ଧମକ ଦେଇ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତ ଵ୍ୟକ୍ତି ଫେରାର ଥିବାରୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।