ନୂଆଦିଲ୍ଲୀ, ୦୬/୧୦ : ଚେନ୍ନାଇ ବିମାନବନ୍ଦରରେ ବିମାନଟି ଅବତରଣ କରିବା ସମୟରେ ଟାୟାର ଫାଟି ଯାଇଥିଲା। ଏଥିରୁ ବର୍ତି ଯାଇଛନ୍ତି ୧୪୬ ଜଣ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ଚେନ୍ନାଇ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ସେ କହିଛନ୍ତି ଯେ ବିମାନଟି ଅବତରଣ କରିଥିବା ବେଳେ ପଛ ଟାୟାର ଫାଟି ଯାଇଥିଲା। ବିମାନର ପ୍ରତ୍ୟାବର୍ତ୍ତନ ଯାତ୍ରାକୁ ବାତିଲ କରାଯାଇଛି ଏବଂ ସମସ୍ତ ଯାତ୍ରୀଙ୍କୁ ସହରର ବିଭିନ୍ନ ହୋଟେଲରେ ରଖାଯାଇଛି। ଗତ ଜାନୁଆରୀ ୧୮ ତାରିଖରେ ଚେନ୍ନାଇରୁ କୁଆଲାଲମ୍ପୁର ଅଭିମୁଖେ ଯାଉଥିବା ଏକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବା ମାତ୍ରେ ହଠାତ ଟାୟାର ଫାଟି ଯାଇଥିଲା। ଟାୟାର ଫାଟିଯିବା କାରଣରୁ ସମସ୍ତ ଯାତ୍ରୀ ଭୟଭୀତ ହେଲେ, କିନ୍ତୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସମସ୍ତଙ୍କୁ କୁହାଯାଇଥିଲା। କିଛି ସମୟ ପରେ ବିମାନଟି ନିରାପଦରେ ଅବତରଣ କରିଥିଲା ଏବଂ ବିମାନରେ ଥିବା ସମସ୍ତ ୧୩୦ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ବୋଲି ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ।