ନୂଆଦିଲ୍ଲୀ, ୦୬/୧୦ : ରିଲାଏନ୍ସ ଜିଓ ଏକ ନେଟୱାର୍କ ସର୍ଭିସ ପ୍ରୋଭାଇଡର କମ୍ପାନୀ । ଏହାର ମାଲିକ ହେଉଛନ୍ତି ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ । ଖାସକରି ଏହାର ଲଞ୍ଚ ପରେ ଦେଶରେ ଅନେକ ଲୋକ ଇଣ୍ଟରନେଟ ବ୍ୟବହାର କରିଛନ୍ତି। ବର୍ତ୍ତମାନ ଜିଓର ଏକ ଉପରି ରିଚାର୍ଜ ପ୍ଲାନ ବିଷୟରେ କହିବାକୁ ଯାଉଛୁ ଯାହାର ଫାଇଦା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଯଦି ଆପଣ ଜିଓର ପୋର୍ଟଫୋଲିଓକୁ ଧ୍ୟାନ ଦେବେ ଆପଣଙ୍କୁ ଏପରି ପ୍ଲାନ ମିଳିବ, ଜିଓ ରିଚାର୍ଜ କରି ଆପଣ ୩ ମାସ ପାଇଁ ବିନା ଚିନ୍ତାରେ ରହିବେ। ଏଥିରେ ଆପଣଙ୍କୁ ଅନରେଷ୍ଟ୍ରିକେଟେଡ କଲିଂ ଏବଂ ହାଇ ସ୍ପିଡ ଡାଟାର ସୁବିଧା ମିଳିବ। ଜିଓର ଏହି ପ୍ଲାନ ୯୦ ଦିନର ଭ୍ୟାଲିଡିଟୀ ସହ ଆସିଥାଏ। ଏଥିରେ ଆପଣଙ୍କୁ ଅନଲିମିଟେଡ କଲିଂର ସୁବିଧା ମିଳିବା ସହ ଆପଣ ଯେକୌଣସି ନେଟୱାର୍କରେ ଯେତେ ଇଚ୍ଛା ସେତେ କଥା ହୋଇପାରିବେ । ଏହି ପ୍ଲାନରେ ଜିଓ ୟୁଜର୍ସଙ୍କୁ ଦୈନିକ ୨ ଜିବି ଡାଟା ମିଳିବ, ଏହା ବ୍ୟତୀତ ୟୁଜର୍ସଙ୍କୁ ୨୦ ଜିବି ଡାଟା ଏକ୍ସଟ୍ରା ମିଳିବ। ଏହିପରି ୟୁଜର୍ସଙ୍କୁ ସମୁଦାୟ ଡାଟା ୨୦୦ ଜିବି ମିଳିବ। ଯଦି ଆପଣଙ୍କ ପାଖରେ ୫ଜି ସ୍ମାର୍ଟଫୋନ ଅଛି ତେବେ ଜିଓର ଏହି ପ୍ଲାନ ୮୯୯ ଟଙ୍କାରେ ଆସିଥାଏ। ଏହାକୁ ଜିଓର ବେଷ୍ଟ ୫ଜି ପ୍ଲାନ ମଧ୍ୟ କୁହାଯାଇଥାଏ।