ଆମେ ପ୍ରତିଦିନ ସକାଳୁ ଉଠିଲେ ଟୁଥ୍ପେଷ୍ଟର୍ ବ୍ୟବହାର କରିଥାଉ । ଯାହା ଆମ ଦାନ୍ତକୁ ସଫା ରଖିବା ସହ ଉଜ୍ଜ୍ୱଳ ଓ ମଜଭୁତ ରଖିଥାଏ । କି;ୁ ଅନେକ ଜାଣନ୍ତି ନାହିଁ ଯେ, ଟୁଥ୍ପେଷ୍ଟର ବ୍ୟବହାର ଶରୀରକୁ କ୍ଷତି ପହଞ୍ଚାଇଥାଏ । କାରଣ ଟୁଥ୍ପେଷ୍ଟରେ ସୋଡିୟମ୍ ଫ୍ଲୋରାଇଡ୍ ରହିଛି । ସାଧାରଣତଃ ଏହା ମୂଷା ମାରିବା ପାଇଁ ବିଷରେ ବ୍ୟବହାର କରାଯାଇଥାଏ । ଏହାଦ୍ୱାରା ଆମ ଶରୀରରେ ରହିଥିବା ପ୍ରାକୃତିକ ବ୍ୟାକେଫରିଆଙ୍କ ମୃତୁ୍ୟ ଘଟିଥାଏ ଓ ମସ୍ତିଷ୍କକୁ କ୍ଷତି ପହଞ୍ଚିଥାଏ । ପ୍ରାକୃତିକ ପଦ୍ଧତିରେ ଦାନ୍ତ ସଫା କରିବାକୁ ଚାହୁଁଥିଲେ ନଡ଼ିଆ ତେଲ ସବୁଠାରୁ ଭଲ ବିକଳ୍ପ । ଏହା ଦାନ୍ତକୁ ସଫା ରଖିଥାଏ । ଏଥିରେ ଆଣ୍ଟି ବ୍ୟାକେଫରିଆ ଥିବାରୁ ଏହା ଦାନ୍ତକୁ ସଫା ରଖିବାରେ ସାହାଯ୍ୟ କରିଥାଏ । ଦାନ୍ତ ମାଢିରୁ ରକ୍ତ ଝରିବା, ଓଠ ଓ ଜିଭ ଶୁଖି ଯାଉଥିଲେ ନଡ଼ିଆ ତେଲ ଔଷଧ ପରି କାମ କରିଥାଏ । ନଡ଼ିଆ ତେଲରେ ଦାନ୍ତ ମାଢି ମାଲିସ୍ କରିବା ଦ୍ୱାରା ଦାନ୍ତରେ ଜମି ରହୁଥିବା ଜୀବାଣୁ ଓ କୀଟାଣୁ ମାରିବା ସହ ଦାନ୍ତକୁ ସଫା ରଖିଥାଏ ।
