କଂଗ୍ରେସରେ ସାମିଲ ହେଲେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର

ନୂଆଦିଲ୍ଲୀ,୨୭/୩: ପ୍ରତି ଥର ପରି ଏଥର ମଧ୍ୟ ନିର୍ବାଚନୀ ଋତୁରେ ନେତା ଓ ଅଭିନେତାଙ୍କ ରାଜନୀତି ଦଳରେ ସାମିଲ ହେବାର ପର୍ବ ଜାରି ରହିଛି। ଏହାକୁ ଆଗକୁ ବଢାଇ ପରିଚିତ ଫିଲ୍ମ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ଜୟା ପ୍ରଦା ବିଜେପି ଓ ଦକ୍ଷିଣ ସିନେମାର ପ୍ରସିଦ୍ଧ ଅଭିନେତା ମୋହନ ବାବୁ ଓ୍ଵାଇଏସଆର କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ଉର୍ମିଳାଙ୍କୁ ଉତ୍ତର ମୁମ୍ବାଇରୁ ଲୋକସଭା ଆସନରେ ପ୍ରାର୍ଥୀ କରାଇପାରେ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉର୍ମିଳା ମାତୋଣ୍ଡକରଙ୍କୁ ପାର୍ଟିରେ ସାମିଲ ହେବା ନେଇ ଶୁଭକାମନା ଜଣାଇଛନ୍ତି ଏବଂ ତାଙ୍କୁ ଫୁଲତୋଡ଼ା ଦେଇ ସମ୍ମାନିତ କରିଛନ୍ତି। ଏହି ଅବସରରେ ଉର୍ମିଳା କହିଛନ୍ତି ଯେ, ଆଜିର ଦିନ ମୋ ପାଇଁ ବହୁତ ମହତ୍ଵପୂର୍ଣ୍ଣ, କାରଣ ଆଜି ମୁଁ ସକ୍ରିୟ ରାଜନୀତିରୁ ଓହ୍ଲାଇଛି। ମୋର ପରିବାର ମହାତ୍ମା ଗାନ୍ଧୀ ଓ ସର୍ଦ୍ଦାର ପଟେଲଙ୍କ ବିଚାରଧାରାରେ ପ୍ରଭାବିତ। ମୁଁ ସର୍ବଦା କଂଗ୍ରେସର ସିଦ୍ଧାନ୍ତ ସହିତ ଜଡ଼ିତ ଏବଂ ଲୋକଙ୍କ ସ୍ଵର ହେବା ପାଇଁ ରାଜନୀତିରେ ପ୍ରବେଶ କରିଛି ବୋଲି ଉର୍ମିଳା କହିଛନ୍ତି । ଉର୍ମିଳା ବିଜେପିର ଗୋପାଳ ସେଟ୍ଟୀଙ୍କ ସହ ହେବ ମୁକାବିଲା ହେବ ।

ଯଦି ଉର୍ମିଳାଙ୍କୁକ ପ୍ରାର୍ଥୀ କରାଯାଏ ତେବେ ତାଙ୍କର ମୁକାବିଲା ଭାରତୀୟ ଜନତା ପାର୍ଟିର ବର୍ତ୍ତମାନ ସାଂସଦ ଗୋପାଳ ସେଟ୍ଟୀଙ୍କ ସହ ହେବ। ଉତ୍ତର ମୁମ୍ବାଇ ଆସନକୁ ବିଜେପିର ଗଡ଼ କୁହାଯାଏ। ମାତ୍ର ବଲିଉଡ଼ ଅଭିନେତା ଗୋବିନ୍ଦା ୨୦୦୪ରେ ପୂର୍ବତନ ପେଟ୍ରୋଲିୟମ ମନ୍ତ୍ରୀ ରାମ ନାଇକଙ୍କୁ ଏହି ଆସନରେ ପରାଜିତ କରିଥିଲେ। ନାଇକ ଏହି ସମୟରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଥିଲେ।