ବିନା ଅନୁମତିରେ ବୁଲୁଛି କାଳିଆ ପ୍ରଚାର ଗାଡି : ବିଜେପି

ଭୁୁବନେଶ୍ୱର,୨୮/୩ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହିତ ବିଜୁ ଜନତା ଦଳର ଭିତିରି ସଂପର୍କ ରହିଛି। ନିର୍ବଚନର ଆଦର୍ଶ ଆଚରଣବିଧି ଲାଗୁ ହେବା ପରେ ବି ପୁରୀରେ ବିନା ଅନୁମତିରେ ବେଆଇନ ଭାବେ କାଳିଆ ପ୍ରଚାର ଗାଡି ବୁଲୁଛି । ସେହିପରି କାଠଯୋଡି ବ୍ରିଜ ପାଖରେ ୧୦୦ ଫୁଟର ହୋଡିଂ ଲାଗିଛି । ବାରମ୍ବାର ଅଭିଯୋଗ ପରେ ବି ନିର୍ବାଚନ ଅଧିକାରୀ ଶାସକ ବିଜେଡି ବିରୁଦ୍ଧରେ କୌଣସି କାଯ୍ୟାନୁଷ୍ଠାନ ନେଉନାହିଁ। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି କାଳିଆ ଯୋଜନା ପ୍ରଚାର ଗାଡି ଏବଂ ଶାସକ ବିଜେଡି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି । ଏଥି ସହ ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିପରେକ୍ଷ କରିବାକୁ ର୍ନିବାଚନ କମିଶନଙ୍କ ଆଗରେ ଦଳ ଦାବି କରିଛି ।

କାଳିଆ ଯୋଜନାରେ ବଡ ବଡ ହୋଡିଂ ଲଗାଯାଇଛି । କାଠଯୋଡି ବ୍ରିଜ ଉପରେ ୧୦୦ ଫୁଟର କାଳିଆ ହୋଡିଂ ଲାଗିଛି । ପୁରୀରେ କାଳିଆ ଭ୍ୟାନ ବୁଲୁଛି । ଗାଡିକୁ ତୁରନ୍ତ ଜବତ କରିବା ସହ ବିନା ଅନୁମତିରେ ଏଭଳି ଗାଡି ବୁଲି ଶାସକ ବିଜେଡିର ପ୍ରଚାର କରୁଥିବାରୁ ତୁରନ୍ତ ଏହା ଉପରେ ରୋକ ଲଗାଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ପକ୍ଷରୁ ଦାବି କରାଯାଇଛି ।

SBI_Festive_Digital Billboard