ଗଧ ଜୀବନ

ଏକସ୍ତରି ବର୍ଷ ବୟସ୍କ ଚାଇନିଜ୍‌ ଶିଳ୍ପପତି ୟାଙ୍ଗ୍‌ ଚାଙ୍ଗ୍‌ସେଙ୍ଗ୍‌ ଗଧିଆ ରାଜା ଭାବେ ଜଣାଶୁଣା । ଏଭଳି ଉପାଧିର କାରଣ ସେ ନିଜ ଖର୍ଚ୍ଚରେ ହିଂସ୍ର ଗଧିଆଙ୍କ ପାଇଁ ଏକ ଅଭୟାରଣ୍ୟ ସୃଷ୍ଟି କରିଛନ୍ତି । ସେଠାରେ ରଖିଛନ୍ତି ଆଠଟି ଭିନ୍ନ ଭିନ୍ନ ପ୍ରଜାତିର ଦେଢ ଶହ ଗଧିଆ । ଏହା ହେଉଛି ୨୦୦୭ ମସିହାର କଥା । ଜଣେ ବନ୍ଧୁଙ୍କ ଘରେ ଲୁହା ଶିକୁଳାରେ ବନ୍ଧା ହୋଇଥିବା ମାଈ ଗଧିଆଟିଏ ଦେଖି ୟାଙ୍ଗ୍‌ ବିବ୍ରତ ହୋଇଥିଲେ । ବନ୍ଧୁଙ୍କ ବାରଣ ସେ‰ ତା’ପାଖକୁ ଯାଇ ନିଜ ଅପୂର୍ବ ସାହସର ପରିଚୟ ଦେଇଥିଲେ । ଗଧିଆଟି ତାଙ୍କର କୋðଣସି କ୍ଷତି କରିବା ପରିବର୍ତ୍ତେ ଆଦର ଚାହିଁଥିଲା । ପରଦିନ ବନ୍ଧୁ ମାଈ ଗଧିଆ ସହ ତା’ର ଶାବକଗୁଡ଼ିକୁ ୟାଙ୍ଗ୍‌କୁ ଉପହାର ସ୍ୱରୁପ ଦେଇଥିଲେ । ତା’ପରେ ଆରମ୍ଭ ହୋଇଥିଲା ଗଧିଆ ସେବା । ସେ କୋଡ଼ିଏ ଏକର୍‌ ଜମିରେ ତା’ର ବାଡ଼ ବୁଲାଇ ସୃଷ୍ଟି କଲେ ଏକ ଅଭୟାରଣ୍ୟ । ଏ ବାବଦରେ ଖର୍ଚ୍ଚ କରିସାରିଲେଣି ପାଖାପାଖି ୧୭୦କୋଟି ଟଙ୍କା । ଏବେ ତାଙ୍କର ଲକ୍ଷ୍ୟ ହେଉଛି ଏକ ହଜାର ଗଧିଆ ପ୍ରଜନନ କରାଇବା ।