ଭୁବନେଶ୍ୱର ୩/୪: ୪ଟି ବିଧାନସଭା ଆସନ ପାଇଁ ଭାଜପା ପକ୍ଷରୁ ବୁଧବାର ପ୍ରାର୍ଥୀ ଘୋଷଣା କରାଯାଇଛି। ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ବାଲେଶ୍ବର ଜିଲା ବସ୍ତାରୁ ପ୍ରାର୍ଥୀ କରାଯାଇଥିବାବେଳେ ମାନସ ମହାନ୍ତି ଭୋଗରାଇରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଆସନ ଲାଗି ମୁରଲୀ ଶର୍ମା ଏବଂ କଟକ ଜିଲା ନିଆଳୀ ଆସନ ପାଇଁ ଛବି ମଲ୍ଲିକ ଙ୍କୁ ପ୍ରାର୍ଥୀ କରାଯାଇଛି।
