ଭୁବନେଶ୍ୱର, ୩/୪: ବୁଧବାର ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗୋଟିଏ ଲୋକ ସଭା ଓ ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ। ତେବେ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ସମ୍ବଲପୁର ଲୋକସଭା ପାଇଁ ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ଦଳ। ସେହିିଭଳି ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ଚର୍ଚ୍ଚିତ ଚେହେରା ଅଶ୍ୱିନୀ ପୁଜାରୀ, ଘସିପୁରା ବିଧାନସଭା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦଳ ଟିକେଟ ଦେଇଛି । ଅପରପକ୍ଷରେ କଟକ-ଚୌଦାର ଜଗଦିଶ ମହାନ୍ତି, କଟକ ସଦର ପାଇଁ ଅଭିଷେକ ମହାନନ୍ଦ, ଜୟଦେବ ନିର୍ବାଚନ ମଣ୍ଡଳୀ ପାଇଁ ସୁକାନ୍ତ ତିଆଡ଼ି ଭୋଇ, ଭୁବନେଶ୍ୱର ମଧ୍ୟ ରାଜୀବ ପଟ୍ଟନାୟକ, ଭୁବନେଶ୍ୱର ଉତ୍ତର ପାଇଁ ଯୁବ ନେତା ଇତିସ ପ୍ରଧାନ, ବେଗୁନିଆରୁ ପ୍ରଦୀପ ସାହୁ ଓ ଚିଲିକା ବିଧାନସଭା କ୍ଷେତ୍ରରୁ କଂଗ୍ରେସ ପ୍ରଦୀପ ସ୍ୱାଇଁଙ୍କୁ ଟିକେଟ ଦେଇଛି ।
