କାଲିମେଳାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ,ସରକାରକୁ ଆସିଲେ ଦେବୁ କାଳିଆ ଟଙ୍କା

ଜୟପୁର,୫/୪: ନକ୍ସଲ ପ୍ରବଣ କାଲିମେଳା ଓ ମାଥିଲିରେ ନିର୍ବାଚନୀ ପ୍ରଚାର କରିବା ପରେ ଜୟପୁରରେ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନସଭାକୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ, କ୍ଷମତାକୁ ଫେରିଲେ ନିଜର ପ୍ରତିଶ୍ରୁତି ପାଳନ କରିବି। ସରକାରକୁ ଆସିଲେ ପ୍ରଥମ ଦିନରେ କାଳିଆ ଟଙ୍କା ଦେବି। ଏହା ସହିତ ସେ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି।

ଜୟପୁରରେ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ସରକାରଙ୍କୁ ଆସିଲେ ପ୍ରଥମ ଦିନରେ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ମିଳିବ। ସରକାର ଗଠନର ପ୍ରଥମ ଦିନରେ ୨ଟି କିସ୍ତିରେ ୨୫ ଲକ୍ଷ ଚାଷୀଙ୍କୁ ୧୦ ହଜାର ଲେଖାଏଁ ଟଙ୍କା ଦିଆଯିବ। ସେ କହିଛନ୍ତି ଯେ, କେନ୍ଦ୍ରର କିଷାନ ନିଧି ଯୋଜନାରେ ଚାଷୀଙ୍କୁ ଟଙ୍କା ମିଳୁଥିବା ବେଳେ କେନ୍ଦ୍ର ସରକାର ଜାଣି ଶୁଣି ଚାପ ପ୍ରୟୋଗ କରି କାଳିଆ ଯୋଜନାକୁ ବନ୍ଦ କରିଛନ୍ତି। ଏହା ସହିତ ଜୟପୁରରେ ବିଲ୍ଟ କାଗଜ କଳ ନିୟମିତ ଚାଲିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମାଓ ପ୍ରଭାବିତ ଅଞ୍ଚଳ କାଲିମେଳା ଓ ମାଥିଲିରେ ନିର୍ବାଚନୀ ପ୍ରଚାର କରିଛନ୍ତି। ଏହି ରାଲିରେ ସେ ବିରୋଧୀଙ୍କୁ ସମାଲୋଚନା କରିବା ସହ ବେଙ୍ଗଲୀ କାର୍ଡ ଖେଳିଥିଲେ। ସେ କହିଥିଲେ ଯେ ବିପର୍ୟ୍ୟସୟ ବେଳେ କେନ୍ଦ୍ରୀୟ ନେତାଙ୍କ ଦେଖା ନଥାଏ ଏବେ ବିଜେପିର ବଡ଼ ବଡ଼ ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

SBI_Festive_Digital Billboard