ସୁରକ୍ଷାକାରୀ: କଦଳୀ ଚୋପା

କଦଳୀ ଖାଇସାରିବା ପରେ କଦଳୀ ଚୋପା ସହ ଆମର କୌଣସି ପ୍ରକାରର ସମ୍ପର୍କ ନ ଥିବା କଥା କହିଲେ ଚଳେ । ତେବେ ଆପଣମାନେ ଜାଣିଛନ୍ତି କି ଏହି କଦଳୀ ଚୋପା କେତେ ଗୁଣକାରୀ ଓ କେଉଁ ସବୁ ସମସ୍ୟାରୁ ଏହା ଆମକୁ ରକ୍ଷା କରିଥାଏ ? ଆସନ୍ତୁ ଜାଣିବା କଦଳୀ ଚୋପାର ଚମତ୍କାରୀତା ବିଷୟରେ ।
*ହଳଦୀଆ ଦାନ୍ତ- ଦାନ୍ତ ନିଜର ପ୍ରାକୃତିକ ଚମକ ହଜାଇବା ପରେ ହଳଦୀଆ ଦେଖାଯାଏ, ଯାହାପାଇଁ ଅନେକ ସମୟରେ ଆମମାନଙ୍କୁ ଅନ୍ୟମାନଙ୍କର ଥଟାମଜାର ଶୀକାର ହେବାକୁ ପଡେ । ଏଥିରୁ ରକ୍ଷା ପାଇବା ପାଇଁ ପ୍ରତି ଦିନ ସକାଳୁ ଯଦି ଆପଣ କଦଳୀ ଚୋପାରେ ଦାନ୍ତ ସଫା କରିବେ ତେବେ ଦୁଇଦିନ ଭିତରେ ଆପଣ ଆପଣଙ୍କ ଦାନ୍ତର ପ୍ରକୃତ ଚମକକୁ ଫେରି ପାଇବେ ।
*ତ୍ୱଚାର ଚମକ- ତ୍ୱଚାର ଚମକକୁ ଫେରାଇ ଆଣିବାରେ କଦଳୀ ଚୋପା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ପ୍ରତି ଦିନ କଦଳୀ ଚୋପାକୁ ମୁହଁରେ ଲଗାଇବା ଫଳରେ ଆପଣଙ୍କ ମୁହଁ ପୂର୍ବ ଅପେକ୍ଷା ବେଶି ଗ୍ଲୋ କରେ ।
*ଭାତୁଡି- ଯଦି ଆପଣ ଭାତୁଡିକୁ ନେଇ ଅଛନ୍ତି ଚିନ୍ତିତ ତେବେ ଜମାରୁ ଆଉ ଚିନ୍ତା କରନ୍ତୁ ନାହିଁ, କାରଣ ଆପଣ ଫିଙ୍ଗି ଦେଇଥିବା କଦଳୀ ଚୋପା ହିଁ ଆପଣଙ୍କର ଏହି ସମସ୍ୟାକୁ ଦୂର କରିଦେବେ। ପ୍ରତିଦିନ ଯଦି ଆପଣ ଭାତୁଡି ଜାଗାରେ କଦଳୀ ଚୋପାକୁ ଲଗାଇବେ ତେବେ ଅଳ୍ପ ଦିନ ମଧ୍ୟରେ ଭାତୁଡି ଆପଣଙ୍କ ଶରୀରରୁ ଗାୟବ ହୋଇଯିବ ।
*ଚମଡାରେ ତିଆରି ଜିନିଷ – ସେ ଜୋତା ହେଉ ବା ବେଲଫ ଆମେ ଯେଉଁସବୁ ଜିନିଷ ବ୍ୟବହାର କରୁ,ଯେଉଁଗୁଡିକ ସାଧାରଣତଃ ଚମଡାରେ ତିଆରି ସେହି ଜିନିଷ ଗୁଡିକୁ କିଛିଦିନ ବ୍ୟବହାର କରିବା ପରେ ତା’ର ଚମକ ଆପେ ଆପେ ଉଭାନ୍‌ ହୋଇଯାଏ କିନ୍ତୁ ଆଉ ଏସବୁର ଚମକ ଏତେ ସହଜରେ ଉଭାନ ହେବ ନାହିଁ କାରଣ କଦଳୀ ଚୋପାକୁ ଦୈନିକ ଏହି ଜିନିଷରେ ଘସିବା ଦ୍ୱାରା ଏହାର ଚମକ ପୂର୍ବପରି ସୁରକ୍ଷିତ ରହିଥାଏ ।